fbpx

IAS ଅଧିକାରୀ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ପଶ୍ଚିମବଙ୍ଗ ସରକାର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ଏଚକେ ଦ୍ୱିବେଦୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରାଯିବା ସହ ଅନ୍ୟ ଅଧିକାରୀଙ୍କୁ ଅଦଳବଦଳ କରାଯାଇଥିବା ନେଇ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ନବୀନ ପ୍ରକାଶଙ୍କୁ ପବ୍ଲିକ ୱାର୍କ୍ସ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ବିପି ଗୋପାଲିକାଙ୍କୁ ଘର ଓ ପାହାଡ଼ ବ୍ୟାପାର ବିଭାଗ ମୁଖ୍ୟ ସଚିବ, ଅଟ୍ରି ଭଟ୍ଟାଚାର୍ଯ୍ୟଙ୍କୁ ମତ୍ସ୍ୟ ବିଭାଗର ମୁଖ୍ୟ ସଚିବ, ଏଆର ବର୍ଦ୍ଧନଙ୍କୁ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ରୋଶନୀ ସେନଙ୍କୁ ଜନଶିକ୍ଷା ସମ୍ପ୍ରସାରଣ ଓ ଲାଇବ୍ରେରୀ ଶିକ୍ଷା ବିଭାଗର ମୁଖ୍ୟ ସଚିବ, ପ୍ରଭାତ କୁମାରଙ୍କୁ ଜଳ ବିଭାଗର ମୁଖ୍ୟ ସଚିବ ସହ ପଶ୍ଚିବଙ୍ଗ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚିବ, ପ୍ରିଥା ସରକାରଙ୍କୁ ଏସଓଜି ଓ ଆତ୍ମନିଯୁକ୍ତି ବିଭାଗ ସଚିବ, ଜଗଦୀଶ ପ୍ରସାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.