fbpx

ଯେଉଁ ପଦବୀରେ ବାପା ଭରିଥିଲେ ଉଡ଼ାଣ, ସେହି ପଦବୀରେ ଏବେ ଜ୍ୟୋତିରାଦିତ୍ୟ ବିରାଜମାନ!

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡ୍ରିମ୍ ଟିମ୍’ରେ ସ୍ଥାନ ପାଇଛନ୍ତି । ପ୍ରାୟ ଦେଢ଼ ବର୍ଷ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୋଦୀଙ୍କ କ୍ୟାବିନେଟରେ କ୍ୟାବିନେଟ ମନ୍ତ୍ରୀ ଭାବରେ ବେସାମରିକ ବିମାନ ଚଳାଚଳ ଦାୟିତ୍ୱ ଦିଆଯାଇଛି । ସିନ୍ଧିଆଙ୍କର ମାଉସୀ ଯଶୋଧରା ରାଜେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏକ ଭାବରେ ଅଭିନନ୍ଦନ ଜଣାଇଛନ୍ତି ।

ଯଶୋଦରା ରାଜେ ସିନ୍ଧିଆ ଗୁରୁବାର ଏକ ଟ୍ୱିଟକରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଲେଖିଛନ୍ତି, ‘ଯେଉଁ ପଦବୀରେ ମାଧବରାଓ ସିନ୍ଧିଆ ଉଡ଼ାଣ ଭରିଥିଲେ, ସେହି ପଦବୀରେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିରାଜମାନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହେବାପରେ ତାଙ୍କୁ ସ୍ନେହ ଭରା ଶୁଭକାମନା । ଜ୍ୟୋତିରାଦିତ୍ୟ ପାଇଁ ଏହି ସୁଯୋଗ ମାଧବରାଓ ସିନ୍ଧିଆଙ୍କ ସ୍ୱପ୍ନକୁ ନୂଆ ଉଚ୍ଚତାକୁ ନେବାର ଏକ ସୁଯୋଗ!’

ବୁଧବାର ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମିଳିଛି । ତାଙ୍କ ପିତା ସ୍ୱର୍ଗତ ମାଧବରାଓ ସିନ୍ଧିଆ ମଧ୍ୟ ଏହି ପଦବୀରେ ରହିଥିଲେ। ୧୯୯୧ ମସିହାରେ, ମାଧବରାଓ ଙ୍କୁ ପିଭି ନରସିଂହ ରାଓ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କରାଯାଇଥିଲା। ତେବେ ବିମାନ ଦୁର୍ଘଟଣା ହେତୁ ତାଙ୍କୁ ଏକ ବର୍ଷ ମଧ୍ୟରେ ଏହି ପଦ ଛାଡିବାକୁ ପଡିଥିଲା।

 

Get real time updates directly on you device, subscribe now.