fbpx

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୨ା୨: କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । କୀଟନାଶକ ପରିଚାଳନା ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏଣିକି ଦେଶରେ ଜୈବିକ କୀଟନାଶକକୁ ପ୍ରୋତ୍ସାହନ ଦିଆଯିବ । ବିବାଦରୁ ବିଶ୍ୱାସ ବିଲ୍ ସଂଶୋଧନକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରି ମିଳିଛି । ସଂଶୋଧନ ଜରିଆରେ ବିଲର ପରିସର ବୃଦ୍ଧି କରାଯାଇଛି । ୧୯୬୩ର ଆଇନ ବଦଳରେ ଅଣାଯିବ ବୃହତ ବନ୍ଦର କର୍ତ୍ତୃପକ୍ଷ ବିଲ୍ । ୧୨ଟି ବୃହତ ବନ୍ଦରର ଦକ୍ଷତା ବୃଦ୍ଧି ଓ ବିକାଶ ପାଇଁ ବିଲକୁ ମଞ୍ଜୁରି ମିଳିିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.