fbpx

ଜଷ୍ଟିସ୍ ଶଙ୍କରନ୍ ନାୟାର ଭୂମିକାରେ ଖିଲାଡ଼ି ଷ୍ଟାର୍, ପ୍ରଦର୍ଶିତ ହେବ ସଂଘର୍ଷର ଗାଥା

ଓଡ଼ିଶା ଭାସ୍କର ବ୍ୟୁରୋ: ବଡ଼ ପରଦାରେ ଖେିବାକୁ ମିଳିବ ଜାଲିୱାନାବାଗ ନରସଂହାର କଥା । କରନ ଜୋହର ପ୍ରସ୍ତୁତ କରୁଛନ୍ତି ଏହି ବିଷୟବସ୍ତୁକୁ ନେଇ ଏକ ଫିଲ୍ମ। ଏହାର ନାମ ଦି ଅନଟୋଲ୍ଡ ଷ୍ଟୋରି ଅଫ ସି.ଶଙ୍କରନ ନାୟାର । ତାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର କାହାଣୀ ଆଧାରିତ । ଜଷ୍ଟିସ ସି.ଶଙ୍କରନ ଜାଲିୱାନବାଗ ପୀଡ଼ିତଙ୍କ ପାଇଁ ସାହସର ସହ ଲଢ଼ିଥିଲେ । ସେସବୁ ରହିବ ଚଳଚ୍ଚିତ୍ରରେ । ଏହି ଜଷ୍ଟିସ୍ ଭୂମିକା ନିର୍ବାହ କରିବେ ଖିଲାଡ଼ି ଷ୍ଟ।।ର୍ ଅକ୍ଷୟ କୁମାର ।

ରିପୋର୍ଟ ଅନୁସାରେ କୋର୍ଟ ରୁମ ଡ୍ରାମା ନେଇ ଅକ୍ଷୟ କୁମାରଙ୍କ ସହ କରନ ଯୋଗାଯୋଗ କରିଛନ୍ତି । ନିର୍ମାତାଙ୍କ ପ୍ରଥମ ପସନ୍ଦ ଅକ୍ଷୟ କୁମାର ଥିଲେ ମଧ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଅକ୍ଷୟଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଥିବାରୁ ତାଙ୍କ ପାଇଁ ଡେଟ୍ସ ସମସ୍ୟା । ତେବେ କରନ ଏହି ଫିଲ୍ମକୁ ଶୀଘ୍ର ପ୍ରସ୍ତୁତ କରିବାକୁ ଆଶାବାଦୀ ରହିଛନ୍ତି ।

ସୂଚନାଯୋଗ୍ୟ ଯେ ୧୯୧୯ ଏପ୍ରିଲ୍ ୧୩ରେ ପଞ୍ଜାବର ଅମୃତସରରେ ଘଟିଥିଲା ଏହି ନରସଂହାର । ବ୍ରିଟିଶ୍ ସୈନ୍ୟଙ୍କ ଗୁଳିରେ ଟଳିପଡ଼ିଥିଲେ ଶହଶହ ଭାରତୀୟ । ଭାରତୀୟ ଇତିହାସରେ ସବୁଠୁ ବଡ଼ ନରସଂହାର ଭାବେ ଗଣାଯାଉଛି

Get real time updates directly on you device, subscribe now.