fbpx

ଗୋଟିଏ ମିନିଟରେ କୋଟିପତି ହୋଇଗଲେ ଉବର ମହିଳା ଡ୍ରାଇଭର, କହିଲେ – ‘ଆଉ ଚାକିରି ଦରକାର ନାହିଁ’

ଉବର ଇଟସରେ ଚାକିରି କରୁଥିଲେ ଜଣେ ମହିଳା ଡ୍ରାଇଭରଙ୍କ ବଦଳିଯାଇଛି ଭାଗ୍ୟ । ମାତ୍ର ଗୋଟିଏ ମିନିଟରେ ସେ ଗରୀବରୁ ପାଲଟିଯାଇଛନ୍ତି କୋଟିପତି । ଯେବେ ମହିଳା ଜଣକ ଲଟେରି ଲାଗିଥିବା କଥା ଜାଣିଲେ, ତାଙ୍କ ଖୁସିର ଠିକଣା ନଥିଲା ।

ଏହି ଘଟଣା ୟୁଏସର ମ୍ୟାରିଲ୍ୟାଣ୍ଡରେ ଘଟିଛି । ସେଠାରେ ଜଣେ ମହିଳା ଗୋଟିଏ ସପ୍ତାହ ପୂର୍ବରୁ ଏକ ଲଟେରି ଟିକେଟ ନେଇଥିଲେ । ପରେ ଚେକ୍ କରିବାରୁ ଜଣା ପଡିଲା ଯେ ସେ ହିଁ ବିଜେତା ହୋଇଛନ୍ତି । ଲଟେରି ଅଧିକାରୀଙ୍କ କହିବା ମୁତାବକ, ଉବର ଇଟସ୍ ଡେଲିଭରି ମହିଳା ୨୫୦,୦୦୦ ଡଲାର ଅର୍ଥାତ୍ ୧,୮୭,୧୯,୬୦୦ ଟଙ୍କା ଜିତିଛନ୍ତି ।

ଲଟେରି ଜିତିଥିବା ୪୭ ବର୍ଷୀୟ ମହିଳା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ସେ ଆଉ ଉବର ଇଟସରେ କାମ କରିବାକୁ ଚାହୁଁନାହାନ୍ତି । ଲଟେରି ଟିକେଟକୁ ନେଇ ସେ କହିଥିଲେ ଯେ, ‘ଦିନେ ସେ କାମ କରୁଥିବା ବେଳେ କ୍ୱିକ୍ ସେସ୍ ମାର୍ଟ ଆଗରେ ରହିଥିଲେ ଓ ସେଠାରୁ କିଛି ଟିକେଟ କିଣିଥିଲେ । ଏହା ପୂର୍ବରୁ ମହିଳା ଛୋଟ ଛୋଟ କ୍ୟାସ ପ୍ରାଇଜ ଜିତି ସାରିଛନ୍ତି । ସେ ସର୍ବାଧିକ ୧,୫୦୦ ଡଲାରର ଲଟେରି ଜିତିଥିଲେ କିନ୍ତୁ ଏଥର ଲଟେରି ଜିତି ସେ ସିଧା କୋଟିପତି ହୋଇଛନ୍ତି ।

Get real time updates directly on you device, subscribe now.