fbpx

ଜିତିଲା ଭାରତ; ଦମ୍ ଦେଖାଇଲେ ଦୀପକ ଚହର, ଶ୍ରୀଲଙ୍କାକୁ ୩ ଓ୍ଵିକେଟରେ ମାତ୍ ଦେଇ ସିରିଜ୍ ସାଫ୍

ନୂଆଦିଲ୍ଲୀ: ଚମକିଲେ ଦୀପକ ଚହର। ଉଭୟ ବ୍ୟାଟ୍ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତକୁ ଦେଲେ ବିଜୟ।

କଲୋମ୍ଵୋରେ ଖେଳାଯାଇଥିବା ସିରିଜ୍ ର ଦ୍ଵିତୀୟ ମ୍ୟାଚ୍ ରେ ଭାରତ ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରରର୍ଶନ ଦମରେ ଶ୍ରୀଲଙ୍କାକୁ ୩ ଓ୍ଵିକେଟ୍ ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଦୀପକ ଚହରଙ୍କ ଅପରାଜିତ ୬୯ ରନର ଗୁରୁତ୍ଵପୂର୍ଣ୍ଣ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୫୩ ରନ ବଳରେ ୨୭୬ ରନର ବିଜୟ ଲକ୍ଷ୍ୟକୁ ୪୯.୧ ଓଭରରେ ୭ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଦୀପକ ଚହର ଓ ଭୁବନେଶ୍ଵର କୁମାର ଅଷ୍ଟମ ଓ୍ଵିକେଟ୍ ରେ ଅପରାଜିତ ୮୪ ରନ ଭାଗିଦାରୀ କରି ଦଳକୁ ବିଜୟୀ କରାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଅସଲଙ୍କା(୬୫), ଅବିଷ୍କା ଫର୍ଣ୍ଣାଡୋ(୫୦) ଓ ଚମିରା କରୁଣାରତ୍ନେଙ୍କ ଅପରାଜିତ ଦ୍ରୁତ ୪୪ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ବିନିମୟରେ ୨୭୫ ରନ କରିଥିଲା।

ସବିଶେଷ ବିବରଣୀ:

ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ୨୮ ରନରେ ପ୍ରଥମ ଝଟକା ଲାଗିଥିଲା। ପ୍ରଥମ ଓଭରରୁ ଦ୍ରୁତ ବ୍ୟାଟିଂ କରିଥିବା ପୃଥ୍ଵୀ ଶ(୧୩) ଆଉଟ୍ ହୋଇଥିଲେ। ଏହା ପରେ ଭାରତ ୩୯ ରନ ସ୍କୋରରେ ଇଶାନ କିଶନଙ୍କ ରୂପେ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ଗତ ମ୍ୟାଚ୍ର ହିରୋ ଇଶାନ(୧) ପାଭିଲିୟନ ଫେରିଥିଲେ। ପ୍ରଥମ ମ୍ୟାଚ୍ର ନାୟକ ଅଧିନାୟକ ଶିଖର ଧାଓ୍ଵନ ୨୯ ରନ କରି ବିଦାୟ ନେଇଥିଲେ। ୬୫ ରନରେ ୩ ଓ୍ଵିକେଟ୍ ହରାଇଥିବା ଭାରତର ଇନିଂସକୁ ଆଗକୁ ବଢାଇଥିଲେ ମନୀଷ ପାଣ୍ଡେ ଓ ସୂର୍ଯ୍ୟକୁମାର ଯାଦବ। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍ରେ ୫୦ ରନ ଯୋଡି ଦଳର ସ୍କୋରକୁ ୧୧୫ରେ ପହଞ୍ଚାଇଥିଲେ। ଦ୍ରୁତ ବ୍ୟାଟିଂ କରି ୩୧ ବଲ୍ ରୁ ୩୭ ରନ କରି ମନୀଷ ପାଣ୍ଡେ ଆଉଟ୍ ହୋଇଥିଲେ। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ୧୧୬ ରନରେ ଭାରତ ପଞ୍ଚମ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥିଲା।

ଇନଫର୍ମ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଓ କୃଣାଲ ପାଣ୍ଡ୍ୟା ଭାରତର ଇନିଂସକୁ ଆଗକୁ ବଢାଇଥିଲେ। ଯାଦବ ନିଜର ଫର୍ମ ବଜାୟ ରଖି ଦ୍ଵିତୀୟ ମ୍ୟାଚ୍ ରେ ଦିନିକିଆ କ୍ୟାରିୟରରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସୂର୍ଯ୍ୟକୁମାର ଯାଦବ ସଠିକ୍ ସମୟରେ ଆଉଟ୍ ହେବା ଦଳକୁ ଚିନ୍ତାରେ ପକାଇଥିଲା। ସୂର୍ଯ୍ୟକୁମାର ୪୪ ବଲ୍ ରୁ ୬ ଚୌକା ସହ ୫୩ ରନ ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ସେ କୃଣାଲଙ୍କ ସହ ଷଷ୍ଠ ଓ୍ଵିକେଟ୍ ରେ ୪୪ ରନ ଭାଗିଦାରୀ କରିଥିଲେ। ଏହା ପରେ କୃଣାଲ ପାଣ୍ଡ୍ୟା ୩୫ ରନ କରି ଆଉଟ୍ ହେବା ଦଳକୁ ସଙ୍କଟରେ ପକାଇଥିଲା।

ଏକଦା ୧୯୩ ରନରେ ୭ ଓ୍ଵିକେଟ୍ ହରାଇ ପରାଜୟର ଦ୍ଵାର ଦେଶରେ ଥିବା ଭାରତକୁ ସାହା ହୋଇଥିଲେ ଦୀପକ ଚହର। ହେଲେ କ୍ରିଜକୁ ଆସି ଦୀପକ ମ୍ୟାଚ୍ର ମଙ୍ଗ ଭାରତ ଆଡକୁ ମୋଡିଥିଲେ। ବୋଲିଂରେ ୨ ଓ୍ଵିକେଟ୍ ନେଇଥିବା ଦୀପକ ଭୁବନେଶ୍ଵର କୁମାରଙ୍କ ସହ ମିଶି ଦଳର ରନଗତିକୁ ଆଗକୁ ବଢାଇଥିଲେ। କ୍ରିଜରେ ଜମିବା ପରେ ଦୀପକ ଚହର ବଡ ସଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ଭୁବନେଶ୍ଵର କୁମାର ତାଙ୍କୁ ସହଯୋଗ ଦେଇଥିଲେ। ଦୀପକ ଚହର ଦମଦାର ବ୍ୟାଟିଂ କରି ଦିନିକିଆ କ୍ୟାରିୟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଅଷ୍ଟମ ଓ୍ଵିକେଟ୍ ରେ ୮୪ ରନ ଯୋଡ଼ି ଦଳକୁ ୩ ଓ୍ଵିକେଟ୍ ରେ ବିଜୟୀ କରାଇଥିଲେ। ଦୀପକ ଚହର ୮୨ ବଲ୍ରୁ ୭ ଚୌକା ଓ ୧ ଛକା ସହ ଅପରାଜିତ ୬୯ ରନ ଇନିଂସ ଖେଳି ଭାରତକୁ ୪୯.୧ ଓଭରରେ ୩ ଓ୍ଵିକେଟ୍ ରେ ବିଜୟୀ କରାଇଥିଲେ। ଭୁବନେଶ୍ଵର ୧୯ ରନ କରି ଅପରାଜିତ ଥିଲେ।

Get real time updates directly on you device, subscribe now.