fbpx

୨୭ରୁ ଚାଲିବ ବିଶାଖାପାଟଣା-ଗୁଣୁପୁର ସ୍ୱତନ୍ତ୍ର ଟ୍ରେନ୍

ଗୁଣପୁର (ଭାସ୍କର ନ୍ୟୁଜ୍‌): କରୋନାର ଦ୍ୱିତୀୟ ଲହର ପାଇଁ ବନ୍ଦ ରହିଥିବା ବିଶାଖାପାଟଣା-ଗୁଣପୁର ଟ୍ରେନ ୨୭ ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଶାଖାପାଟଣା-ଗୁଣପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଉଭୟ ଦିଗରୁ ୨୭ ଜୁଲାଇ ୨୦୨୧ରୁ ଉଭୟ ଦିଗରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ରେଳବାଇ ସୂଚନା ଜାରି କରିଛନ୍ତି । ଏହି ଟ୍ରେନ ବିଶାଖାପାଟଣାରୁ ଭୋର ୫ଘ.୩୫ ମିନିଟ୍‌ରୁ ଛାଡି ଗୁଣପୁରରେ ୧୨ଘ.୨୦ରେ ପହଞ୍ଚିବ ।

ସେହିଭଳି ଏହା ଗୁଣପୁରରୁ ୧ଘ. ୩୫ମିନିଟ୍‌ରେ ବାହାରି ବିଶାଖାପାଟଣାରେ ରାତ୍ରି ୮ଘ.୩ମିନିଟ୍‌ରେ ପହଞ୍ଚିବ । ଏହି ପାସେଞ୍ଜର ଟ୍ରେନ ବନ୍ଦ ଥିବାରୁ ଯାତ୍ରୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷ କରି ଗରିବ, ଦିନମଜୁରିଆ ବସରେ ଭଡା ଟ୍ରେନ ତୁଳନାରେ ଅଧିକ ରହୁଥିବା ଯୋଗୁଁ ତାଙ୍କ ପକେଟ ଉପରେ ଅଧିକ ବୋଝ ପଡୁଥିଲା । ଏହି ଟ୍ରେନ ଚଳାଚଳ ନେଇ ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ପରେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଆଶ୍ୱସ୍ତ ଆସିଛି । ବିଶେଷ କରି ସ୍ୱାସ୍ଥ୍ୟ ସେବା ଉପରେ ବିଶାଖାପାଟଣା ଉପରେ ନିର୍ଭର କରୁଥିବା ଗୁଣପୁର ଅଞ୍ଚଳର ଲୋକେ କରୋନା ମହାମରୀ ଯୋଗୁଁ ଏହି ଟ୍ରେନ ଚଳାଚଳ ବନ୍ଦ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

Get real time updates directly on you device, subscribe now.