fbpx

ଭାରତରେ ସର୍ଭିସ ବନ୍ଦ କରିପାରନ୍ତି Vodafone ଓ Idea: ରିପୋର୍ଟ

ନୂଆଦିଲ୍ଲୀ,୧୫ ।୨: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଟେଲିକମ୍ କମ୍ପାନୀ Vodafone ଓ Idea ବଡ ସଙ୍କଟରେ ଫସିଛନ୍ତି । ସବୁ ମାସରେ ହେଉଥିବା କ୍ଷତି ପରେ ଭାରତରେ ନିଜର ଅପରେଶନ ଚଲାଇବା ଆଇଡିଆ ଓ ଭୋଡାଫୋନ୍ ପକ୍ଷେ କଷ୍ଟ ହୋଇପଡିଛି । ଏଥିପାଇଁ କମ୍ପାନୀର ବୋର୍ଡ ବୈଠକରେ ଆଜି ଭାରତରେ କମ୍ପାନୀର ଭବିଷ୍ୟ ଉପରେ ନିଷ୍ପତ୍ତି ହୋଇପାରେ । ତେବେ ୨୦୧୯ ଡିସେମ୍ବରରେ ଭୋଡା-ଆଇଡିଆର ଚେୟାରମ୍ୟାନ କୁମାର ମଙ୍ଗଲମ ବିରଲା କହିଥିଲେ କି, ଯଦି ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ନ ମିଳେ ତେବେ କମ୍ପାନୀ ବନ୍ଦ ହୋଇଯିବ ।

ସୂଚନା ମୁତାବକ, ଭୋଡାଫୋନ୍-ଆଇଡିଆ ଉପରେ ୫୩,୦୦୦ କୋଟି ଟଙ୍କା ବାକି ପଡିଥିବା ବେଳେ କମ୍ପାନୀର ଅକ୍ଟୋବର-ଡିସେମ୍ବରରେ ୬,୪୩୯ କୋଟି ଟଙ୍କାର ଘାଟା ହୋଇଛି ।

Get real time updates directly on you device, subscribe now.