fbpx

ବର୍ବରତାର ସୀମା ଲଙ୍ଘିଲା: ୩୮ ମାଙ୍କଡ଼କୁ ବିଷ ଦେଇ ମାରିଦେଲେ, ବସ୍ତାରେ ବାନ୍ଧି ପିଟିଲେ

ବେଙ୍ଗାଲୁରୁ: ବୋନଟ୍ ମୈକାକ୍ ପ୍ରଜାତିର ମାଙ୍କଡ଼ର ଏକ ସମୂହକୁ କର୍ଣ୍ଣାଟକର କିଛି ଅଜଣା ଲୋକମାନେ ବିଷ ଦେଇ ମାରିଦେଇଛନ୍ତି । ଏହି ଘଟଣାରେ ୩୮ଟି ମାଙ୍କଡ଼ଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ଗୋଟିଏ ମାଙ୍କଡ଼କୁ ଚିକିତ୍ସା କରାଯାଉଥିବା ବେଳେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ବୋନଟ୍ ମୈକାକ୍ ମାଙ୍କଡ଼କୁ ବିଷ ଦେବା ବ୍ୟତୀତ ଏହି ଅଜଣା ଲୋକମାନେ ବସ୍ତାରେ ବାନ୍ଧି ଖୁବ୍ ମାରିଥିଲେ । ଯେଉଁଥିରେ ମାଙ୍କଡ଼ ମାନେ ଖୁବ୍ ଖଣ୍ଡିଆ ଖାବରା ହୋଇଥିଲେ ।

ମାଙ୍କଡ଼ ମାନଙ୍କୁ ବୁଧବାର ରାତିରେ ପାଖାପାଖି ୯ଟା ୩୦ରୁ ୧୦ଟା ୩୦ ମିନିଟ୍ ସମୟ ମଧ୍ୟରେ କର୍ଣ୍ଣାଟକର ହାସନ ଜିଲ୍ଲାରେ ବେଲୁକ୍ ଅଞ୍ଚଳରେ ଥିବା ଚୌଡେନହଲ୍ଲୀ ରୋଡରେ ଦେଖିବାକୁ ମିଳିଥିଲା । ଏହି ଘଟଣା ସମ୍ପର୍କରେ ସେତେବେଳେ ଜଣାପଡ଼ିଲା ଯେତେବେଳେ ଚୌଡେନହଲ୍ଲୀ ଅଞ୍ଚଳର ଜଣେ ଲୋକ ଗୋଟିଏ ମାଙ୍କଡ଼କୁ ବସ୍ତା ପାଖରେ ବସିଥିବା ଦେଖିବାକୁ ପାଇଥିଲା । ଆଉ ଉକ୍ତ ବସ୍ତାକୁ ଖୋଲିବାରେ ପରେ ଅନେକ ସଂଖ୍ୟାରେ ମାଙ୍କଡ଼ଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ପଶୁ କଲ୍ୟାଣ ସଂଗଠନ ଅଖିଳ କର୍ଣ୍ଣାଟକ ପ୍ରାଣ ଦୟା ସଂଘର ସଦସ୍ୟ ମାନେ ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଯେତେବେଳେ ବସ୍ତା ଖୋଲା ଯାଇଥିଲା ସେତେବେଳେ ୧୫ଟି ମାଙ୍କଡ଼ ଡେଇଁ ପଳାଇବାରେ ସଫଳ ହୋଇଥିଲେ । ସେମାନଙ୍କୁ ଆଖାପାଖି ଇଲାକାରେ ଖୋଜାଖୋଜି କରାଯାଇଥିଲା କିନ୍ତୁ କାହାକୁ ମୃତ ଭାବେ ଠାବ କରାଯାଇନଥିଲା ।

ମୃତ ମାଙ୍କଡ଼ଙ୍କ ମଧ୍ୟରେ ମା, ଛୁଆ, ବୁଢ଼ା ଏବଂ ଯୁବ ମଧ୍ୟ ରହିଛନ୍ତି । ମାଙ୍କଡ଼ ମାନଙ୍କୁ ମାରିଥିବା ଲୋକମାନଙ୍କ ସମ୍ବନ୍ଧରେ ଖବର ଦେଲେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛି ଅଖିଳ କର୍ଣ୍ଣାଟକ ପ୍ରାଣ ଦୟା ସଂଘ । ତେବେ ମାଙ୍କଡ଼ ମାନଙ୍କୁ ହିନ୍ଦୁ ନୀତି ନିୟମାନୁସାରେ ଅନ୍ତିମ ସଂସ୍କାର କରାଯାଇଛି ।

 

Get real time updates directly on you device, subscribe now.