fbpx

ସାବଧାନ! ଲୁହରୁ ବି ବ୍ୟାପିପାରେ କରୋନା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବ୍ୟକ୍ତିଙ୍କ ଆଖି ଲୁହରୁ ମଧ୍ୟ ହୋଇପାରେ ସଂକ୍ରମଣ । ଅମୃତସରର ଏକ ସରକାରୀ ମେଡିକାଲ କଲେଜ ତରଫରୁ କରାଯାଇଥିବା ଗବେଷଣାରେ ଦାବି କରାଯାଇଛି ଯେ ‘ଅକ୍ୟୁଲାର ମ୍ୟାନିଫେସଟେସନ’ ହେଉ କିମ୍ବା ଏହା ବିନା ମଧ୍ୟ ରୋଗୀଙ୍କୁ ଲୁହ କୋଭିଡ-୧୯ ସଂକ୍ରମଣର ଏକ ସମ୍ଭାବିତ କାରଣ ହୋଇପାରେ । ଅବଶ୍ୟ ଏବେ ବି କରୋନାର ମୁଖ୍ୟ ମାଧ୍ୟମ ଶ୍ୱାସକ୍ରିୟା ରହିଛି ।

ଗବେଷକମାନେ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ମାଧ୍ୟମ ଦ୍ୱାରା କରୋନା ଭାଇରସ ବ୍ୟାପିବାକୁ ଏଡ଼ାଇ ଦିଆଯାଇନପାରେ । ଗବେଷଣା ଅନୁଯାୟୀ ପଜିଟିଭ ରୋଗୀଙ୍କ ଲୁହରେ କୋଭିଡ-୧୯ର ଉପସ୍ଥିତି ର ତୁଳନା କରାଯାଇଛି । ‘ଅକ୍ୟୁଲାର ମ୍ୟାନିଫେସଟେସନ’ର ଅର୍ଥ ହେଉଛି ଶରୀରେ କୌଣସି ରୋଗ କାରଣରୁ ଆଖି ଉପରେ ପଡ଼ୁଥିବା ଏହାର ପ୍ରଭାବ । ଅମୃତସରର ସରକାରୀ ମେଡିକାଲ କଲେଜ ୧୨୦ କରୋନା ରୋଗୀଙ୍କୁ ଉପରେ ଅଧ୍ୟୟନ କରିଥିଲା । ଏଥିରେ ୬୦ ଜଣଙ୍କୁ ‘ଅକ୍ୟୁଲାର ମ୍ୟାନିଫେସଟେସନ’ ଥିଲା ଏବଂ ୬୦ ଜଣଙ୍କୁ ‘ଅକ୍ୟୁଲାର ମ୍ୟାନିଫେସଟେସନ’ ନଥିଲା ।

ଏହି ଅଧ୍ୟୟନରେ ରୋଗୀଙ୍କର ଆରଟିପିସିଆର ରିପୋର୍ଟ ଆସିବା ପୂର୍ବରୁ ୪୮ ଘଣ୍ଟା ଭିତରେ ଆଖି ଲୁହର ନମୁନା ନିଆଯାଇଥିଲା । ସବୁଦାୟ ୧୨୦ ରୁ ୨୧ ଜଣ ରୋଗୀଙ୍କ ଆଖିର ଲୁହର ଆରଟିପିସିଆର କରୋନା ପଜିଟିଭ ଥିଲା । ଏଥିରେ ୧୧ ଜଣ ରୋଗୀଙ୍କୁ ‘ଅକ୍ୟୁଲାର ମ୍ୟାନିଫେସଟେସନ’ ଥିଲା, ଯେତେବେଳେକି ୧୦ ଜଣକୁ ‘ଅକ୍ୟୁଲାର ମ୍ୟାନିଫେସଟେସନ’ ଲକ୍ଷଣ ନଥିଲା ।

ଡା ପ୍ରେମପାଲ କୌର, ଡା. ଗୌରାଙ୍ଗ ସେହଗଲ, ଡା, ଶୌଲପ୍ରୀତ, କେଡୀ ସିଂହ ଏବଂ ଭାବକରଣ ସିଂହ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ମିଳିଥିଲା ଯେ ଆଖି ଲୁହ ଯୋଗୁଁ ରୋଗୀଙ୍କ ଯତ୍ନ ନେଉଥିବା ମେଡିକାଲ ଷ୍ଟାଫଙ୍କ ପାଇଁ ସଂକ୍ରମଣର ସ୍ରୋତ ହୋଇପାରେ । ଏଭଳି ଡ୍ୟୁଟି କରୁଥିବା ବ୍ୟକ୍ତିଙ୍କୁ ସାବଧାନ ରହିବାକୁ କୁହାଯାଇଛି । ନେତ୍ର ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ସାବଧାନ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.