fbpx

୧୬ ଟନ ସୁନା ଚୋରି କରି ଏମିତି ଖସିବାରେ ସଫଳ ହେବେ କି ପ୍ରଫେସର ଓ ଟିମ୍; ଏତିକି ତାରିଖରେ ହେବ ଖୁଲାସା

ନୂଆଦିଲ୍ଲୀ: ମନି ହେଇଷ୍ଟ ଏମିତି ଏକ ୱେବ୍ ସିରିଜ୍ ଯେଉଁଥିରେ କି ଦର୍ଶକ ନକରାତ୍ମକ ଚରିତ୍ରକୁ ଅଧିକ ପସନ୍ଦ କରିଥାନ୍ତି । ସୋମବାର ରିଲିଜ ହୋଇ ଯାଇଛି ମନି ହେଇଷ୍ଟର ୫ମ ସିଜିନର ଟ୍ରେଲର । ନେଟଫ୍ଲିକ୍ସ ପକ୍ଷରୁ ରିଲିଜ ହୋଇଥିବା ଏହି ୱେବ୍ ସିରିଜର ପ୍ରଥମ ୪ ଭାଗକୁ ସମସ୍ତେ ବେଶ ପସନ୍ଦ କରିଥିଲେ । ୧.୫୩ ସେକେଣ୍ଡର ଏହି ଟ୍ରେଲର ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଛନ୍ତି । ସିରିଜରେ ପ୍ରଫେସର ଓ ଇନ୍ସପେକ୍ଟର ସିଏରାଙ୍କ ମଧ୍ୟରେ ଅନ୍ତିମ ଲଢେଇ ଦେଖିବାକୁ ମିଳିବ ।

ଟ୍ରେଲରରେ ଇନସ୍ପେକ୍ଟର ସିଏରା ପ୍ରଫେସରଙ୍କୁ ଚେନରେ ବାନ୍ଧି ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଛି । ତେବେ ପ୍ରଫେସର ଏହି ପରସ୍ଥିତିରୁ ବାହାରିବାରେ ସକ୍ଷମ ହେବେ କି ନାହିଁ ଜାଣିବା ପାଇଁ ଆପଣଙ୍କୁ ସେପ୍ଟେମ୍ବର ୩ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିବ । ଏହି ସିରିଜର ଏହା ଅନ୍ତିମ ଭାଗ ହୋଇଥିବା ବେଳେ ଦୁଇଟି ଭାଗରେ ଏହାକୁ ରିଲିଜ କରାଯିବ । ସେପ୍ଟେମ୍ବର ୩ରେ ପ୍ରଥମ ଭାଗ ଏବଂ ଡିସେମ୍ବର ୩ରେ ଦ୍ୱିତୀୟ ଭାଗ ରିଲିଜ କରାଯିବ ବୋଲି ଜଣାପଡିଛି । ତେବେ ବ୍ୟାଙ୍କ ଅଫ ସ୍ପେନରୁ ୧୬.୫ ମେଟ୍ରିକ ଟନ୍ ସୁନା ଚୋରିରେ ପ୍ରଫେସର ସଫଳ ହେବେ କି ନାହିଁ ଜାଣିବା ପାଇଁ ସେପ୍ଟେମ୍ବର ୩ ଯାଏଁ ଅପେକ୍ଷା କରନ୍ତୁ ।

Get real time updates directly on you device, subscribe now.