fbpx

କମିଲା ରାଜ୍ୟର ଅଭିବୃଦ୍ଧି ହାର

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ  ରାଜ୍ୟର ଅଭିବୃଦ୍ଧି ହାର କମିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ନେଇ ଆକଳନ କରାଯାଇଛି । ସେହିପରି ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ଜିଏସଡିପି କମିଛି ।  ତେବେ ଗତବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୬.୯୦ ଥିଲା ।

ଖଣି ଓ ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହୋଇଛି । ୨୦୧୯-୨୦ରେ ଜାତୀୟ ଅଭିବୃଦ୍ଧି ହାର ମଧ୍ୟ ୫%କୁ ଖସି ଆସିବ । ୨୦୧୮-୧୯ରେ ମୁଣ୍ଡପିଛା ଆୟ ୯୫,୧୬୪ ଟଙ୍କା ଥିଲା । ୨୦୧୯-୨୦ରେ ମୁଣ୍ଡପିଛା ଆୟ ୧,୦୧,୫୮୭ ଟଙ୍କା ହେବ । ସେବା କ୍ଷେତ୍ରରେ ଅବଦାନ ସର୍ବାଧିକ ୪୦.୫୧% ରହିବ । ଶିଳ୍ପ କ୍ଷେତ୍ରରେ ୩୯.୬୦ ପ୍ରତିଶତ ରହିବ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅବଦାନ ୧୯.୯୦ % ରହିବ । ରାଜ୍ୟର କୃଷି ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଅଧିକ ରହିବ । ରାଜ୍ୟର କୃଷି ଅଭିବୃଦ୍ଧି ୭.୬୧ % ରହିବ । ଜାତୀୟ କୃଷି ଅଭିବୃଦ୍ଧି ହାର ୨.୮୦% ରହିବ । ସେବା କ୍ଷେତ୍ରରେ ଜାତୀୟ ହାର ସହ ରାଜ୍ୟ ହାର ସମାନ ରହିବ ।

Get real time updates directly on you device, subscribe now.