fbpx

୪୬ ବର୍ଷରେ Tollywoodର ଗ୍ରୀକ୍ ଗଡ; ଗୋଆରେ ପରିବାର ସହ ପାଳିବେ ଜନ୍ମଦିନ

ନୂଆଦିଲ୍ଳୀ: ଟଲିଉଡର ଅନ୍ୟତମ ହ୍ୟାଣ୍ଡସମ ହିରୋ ମହେଶ ବାବୁ ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି । ମହେଶ ବାବୁ ନିଜ ବୟସ ସହିତ ତାଳ ଦେଇ ଆହୁରି ଅଧିକ ହ୍ୟାଣ୍ଡସମ ଲାଗୁଛନ୍ତି । ଏହି ଅଭିନେତା ଜଣକ ବୟସର ବୀପରିତ ଦିଗରେ ବଢୁଥିବା ପରି ପ୍ରତୀୟମାନ ହେଉଛି । ସେହିପରି କେହି କେହି ତାଙ୍କୁ ପୁରୁଣା ମଦ ବୋଲି ମଧ୍ୟ କହୁଛନ୍ତି । ବୟସ ବଢିବା ସହିତ ମହେଶ ବାବୁଙ୍କ ଲୁକ୍ ଆହୁରି ଅଧିକ ଆକର୍ଷଣୀୟ ହେବାରେ ଲାଗିଛି ।

ନିଜର ଅପକମିଙ୍ଗ ଫିଲ୍ମ ସରକାରୁ ବାରି ପାତାର ଶୁଟିଂ ପାଇଁ ମହେଶ ବାବୁ ଗୋଆରେ ରହିଥିବା ବେଳେ ସେଠାରେ ହିଁ ନିଜର ୪୬ତମ ଜନ୍ମଦିନ ପାଳନ କରିବେ । ମହେଶଙ୍କ ଜନ୍ମଦିନ ପାଇଁ ପତ୍ନୀ ନମ୍ରତା ଶିରୋଡକର ଓ ଦୁଇ ସନ୍ତାନ ଗୋଆରେ ଉପସ୍ଥିତ ଥିବା ଜଣାପଡିଛି । ପରିବାର ସହିତ ହିଁ ନିଜର ୪୬ତମ ଜନ୍ମ ଦିବସ ପାଳନ କରିବେ ମହେଶ ବାବୁ । ମହେଶ ବାବୁଙ୍କ ଶେଷ ଦୁଇ ଫିଲ୍ମ ୨୦୦ କୋଟି କ୍ଲବରେ ପହଞ୍ଚିଥିବା ବେଳେ ଏହି ଫିଲ୍ମଟି ମଧ୍ୟ ସଫଳ ହେବା ନେଇ ଫ୍ୟାନ ମାନେ ଆଶା କରିଛନ୍ତି । ଆକ୍ସନ କମେଡି ବର୍ଗର ଏହି ଫିଲ୍ମଟିରେ ଜାତୀୟ ପୁରସ୍କାର ବିଜେତା କୀର୍ତ୍ତି ସୁରେଶ ମହେଶଙ୍କ ବିପକ୍ଷରେ ନଜର ଆସିବେ । ଗୀତା ଗୋବିନ୍ଦମ ନିର୍ଦ୍ଦେଶକ ପର୍ଶୁରାମ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମଟି ୨୦୨୨ ମକର ସଂକ୍ରାନ୍ତି ଅବସରରେ ରିଲିଜ ହେବ ।

Get real time updates directly on you device, subscribe now.