fbpx

୧୫ ସୁଦ୍ଧା ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆର୍‌ଟି-ପିସିଆର ଟେଷ୍ଟିଂ ଲ୍ୟାବ୍‌: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆରଟି- ପିସିଆର ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ଏବେ ସୁଦ୍ଧା୧୪ ଜିଲ୍ଲାରେ ଆରଟି- ପିସିଆର ଟେଷ୍ଟ ଲ୍ୟାବ ରହିଛି । ଆଉ ୧୬ ଜିଲ୍ଲାରେ ଲ୍ୟାବ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି । ବିଏସଏଲ୨ ଲାବୋରେଟୋରି ସ୍ଥାପନ କାମ ଚାଲିଛି । ଉପକରଣ ଓ ଯନ୍ତ୍ରାଂଶ ଲଗାଯାଉଛି । ଅଗଷ୍ଟ ୧୫ ପୂର୍ବରୁ ସବୁ ଲ୍ୟାବ ଚାଲୁ ହେବ ବୋଲି ଯୋଜନା ରହିଛି ।

Get real time updates directly on you device, subscribe now.