fbpx

LPG ନିୟମରେ ବଡ ପରିବର୍ତ୍ତନ; ଇଚ୍ଛା ମୁତାବକ ସମୟରେ ପାଇ ପାରିବେ ଡେଲିଭରୀ

ନୂଆଦିଲ୍ଲୀ: ଏଲପିଜି ଡେଲିଭରୀକୁ ନେଇ ସରକାରଙ୍କ ପକ୍ଷରୁ ବଡ ପରିବର୍ତ୍ତନ କରାଯାଇଛି । ଏଲପିଜି ଗ୍ୟାସ ବୁକିଂ କଲେ ସପ୍ତାହର ସମସ୍ତ ବାର ପାଇଁ ଏକ ନିର୍ଦ୍ଧାରିତ ସମୟ ରଖାଯାଇଛି । ତେବେ ଆପଣ ଯଦି ଚାହିଁବେ ଏହି ସମୟରେ ପରିବର୍ତ୍ତନ କରିପାରିବେ । ଆପଣଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ହିଁ ଆପଣଙ୍କ ଘରେ ପହଞ୍ଚିଯିବ ରୋଷେଇ ଗ୍ୟାସ । ବିଶେଷ କରି ଯେଉଁମାନେ ଘରେ ସବୁ ସମୟରେ ରହି ପାରନ୍ତି ନାହିଁ ସେମାନଙ୍କ ପାଇଁ ଏହି ନିୟମ ବେଶ ଫାଇଦା ଦେବ ।

ନୂତନ ନିୟମ ଅନୁଯାୟୀ ଏଣିକି କୌଣସି ସମୟରେ ଏଲପିଜି ପହଞ୍ଚିବ ନାହିଁ । ଆପଣ ଯେଉଁ ଟାଇମ ସ୍ଲଟ୍ ନିର୍ଦ୍ଧାରଣ କରିବେ ସେହି ଅନୁସାରେ ଆପଣଙ୍କ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର । ଆପଣଙ୍କ ଦ୍ୱାରା ନିର୍ଦ୍ଧାରିତ ଟାଇମ ସ୍ଲଟ୍ ଅନୁଯାୟୀ ଆପଣଙ୍କୁ ଅତିରିକ୍ତ ଚାର୍ଜ ପ୍ରଦାନ କରିବାକୁ ପଡିଥାଏ । ସୋମବାରରୁ ଶୁକ୍ରବାର ମଧ୍ୟରେ ଯଦି ଆପଣ ଦିନ ୮ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସ୍ଲଟ ବୁକିଂ କରୁଛନ୍ତି ତା ହେଲେ ଆପଣଙ୍କୁ ୨୫ ଟଙ୍କାର ଚାର୍ଜ ପ୍ରଦାନ କରିବାକୁ ପଡିବ । ସୋମବାରରୁ ଶୁକ୍ରବାର ମଧ୍ୟରେ ସନ୍ଧ୍ୟା ୬-୮ଟା ମଧ୍ୟରେ ସ୍ଲଟ୍ ବୁକିଂ କଲେ ୫୦ ଟଙ୍କାର ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ତେବେ ଶନିବାର ଓ ରବିବାର ପାଇଁ ସ୍ଲଟ ବୁକିଂ କଲେ ଆପଣଙ୍କୁ ୫୦ ଟଙ୍କାର ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡିବ । ମାତ୍ର ଯଦି ଆପଣ ସାଧାରଣ ବୁକିଂ କରୁଛନ୍ତି ତାହେଲେ ଆପଣଙ୍କୁ କୌଣସି ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡିବ ନାହିଁ ।

Get real time updates directly on you device, subscribe now.