ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ୨୦୨୦-୨୧ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଇପ୍ୟାଡରୁ ପଢି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ । ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଆସନ୍ତୁ ଜାଣିବା ବଜେଟରେ କେଉଁଥି ପାଇଁ କେତେବ୍ୟୟ ବରାଦ ହୋଇଛି ..
– ସ୍ବାସ୍ଥ୍ୟ ବିଭାଗ ପାଇଁ ୭ ହଜାର ୭୦୦ କୋଟି
– କୃଷି କ୍ଷେତ୍ର ପାଇଁ ୧୯ ହଜାର ୪୦୮ କୋଟି ଟଙ୍କା
– ବିପର୍ଯ୍ୟୟ ପ୍ରଶମନ ବ୍ୟୟ ୩ ହଜାର ୨୦୦ କୋଟି
– ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ୧୦୦ କୋଟି
– ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି
– ଏମଜିଏନଆରଇଜିଏ ପାଇଁ ୧୫୦୧ କୋଟି
– ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି
– ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ପାଇଁ ୨୩ ହଜାର ୮୦୮ କୋଟି
– ମଧୁବାବୁ ପେନସନ ଯୋଜନା ପାଇଁ ୧୮୧୮ କୋଟି
– ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧୦୩୮ କୋଟି
– ସ୍ମାର୍ଟ ସିଟି ବିକାଶ ପାଇଁ ୨୦୦ କୋଟି
– ନୂତନ ସହରର ବିକାଶ ପାଇଁ ୫୦ କୋଟି
– ଗୃହ ନିର୍ମାଣ ଓ ନଗର ଉନ୍ନୟନ ପାଇଁ ୬୧୮୦ କୋଟି
– ରେଳ ଭିତ୍ତିଭୂମି ପାଇଁ ୪୦୦ କୋଟି
– ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ୧୦୦ କୋଟି
– ପାଇପ ଜଳ ଯୋଗାଣ ଲାଗି ୮ ହଜାର କୋଟି
– ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଲାଗି ୩୯୬୨ କୋଟି
– ମମତା ଯୋଜନା ପାଇଁ ୩୦୫ କୋଟି
– ଖଣି କ୍ଷେତ୍ର ପାଇଁ ୧୮୨ କୋଟି
– ଗ୍ରୀନ୍ ମହାନଦୀ ମିଶନ ଲାଗି ୩୧ କୋଟି
– ପର୍ଯ୍ୟଟକ କ୍ଷେତୟର ବିକାଶ ପାଇଁ ୪୦୧ କୋଟି
– ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି
– ଆଭ୍ୟନ୍ତରୀଣ ନିରାପତ୍ତା ଲାଗି ୫୯୭୪ କୋଟି
– ରୁଫ୍ ଟପ ଓ ଭୂତଳ ଜଳ ରିଚାର୍ଜ ସକାଶେ ୫ ବର୍ଷରେ ବ୍ୟୟ ହେବ ୨୪୬ କୋଟି
– ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି
– ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ଲାଗି ୧୦୬୦ କୋଟି
– ୨୦୨୦ ମେକ୍ ଇନ୍ ଓଡ଼ିଶା ପାଇଁ ଇପିକଲକୁ ୭୦ କୋଟି
– ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟି
– ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସକାଶେ ୮୦ କୋଟି
– କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି
– ପୀଡ଼ିତ କ୍ଷତିପୂରଣ ଲାଗି ୨୫ କୋଟି
– ମୋ ସ୍କୁଲ ଯୋଜନାକୁ ୪୦ କୋଟି ଏବଂ ମୋ କଲେଜ ପାଇଁ ୧୦ କୋଟି