fbpx

ପୂର୍ବ ଉପକୂଳରେ ହାଇଆଲର୍ଟ: ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ‘ହେନେରୀ’!

ୱାସିଂଟନ : ସାମୁଦ୍ରିକ ଝଡ ହେନେରୀକୁ ନେଇ ଚେତାବନୀ ଦେଇଛନ୍ତି ମେଟୋଲୋଜି ବିଭାଗ । ଏହାର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏନେଇ ଆମେରିକାର ପୂର୍ବ ଉପକୂଳରେ ହାଇଆର୍ଲଟ ଜାରି କରାଯାଇଛି । ତେବେ ଆଟଲାଣ୍ଟିକ୍‌ ମହାସାଗର ଉପର ହୋଇ ଉତ୍ତର-ପୂର୍ବ ଦିଗ ଦେଇ ଗତି କରିବ ଏହି ଶକ୍ତି ଶାଳୀ ସାମୁଦ୍ରିକ ଝଡ ହେନେରୀ । ଯାହା ସମ୍ଭବତ ଦକ୍ଷିଣ ନ୍ୟୁ ଇଂଲଣ୍ଡରେ କିମ୍ବା ଲଙ୍ଗ ଦ୍ୱୀପରେ ରବିବାର ଲ୍ୟାଣ୍ଡଫଲ କରିବ । ଉକ୍ତ ସାମୁଦ୍ରିକ ଝଡ ହେନେରୀକୁ ନେଇ ଉତ୍ତର-ପୂର୍ବ ଆମେରିକାର ବାସିନ୍ଦା, ବିଶେଷ କରି ନ୍ୟୁ ଇଂଲଣ୍ଡ ଏବଂ ଲଙ୍ଗ ଦ୍ୱୀପରେ ରହୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରତି ମୁହୂର୍ତ୍ତରେ ଏହା ସହ ଏହାର ଗିତିବିଧି ଉପରେ ନଜର ରଖିଛନ୍ତି ମେଟୋଲୋଜି ବିଭାଗ । ଏହି ସାମୁଦ୍ରିକ ଝଡର ପ୍ରଭାବରେ କିଛି ଅଂଶରେ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର (ଏନ୍‌ଏଚ୍‌ସି) ଏହାର ଶେଷ ବୁଲେଟିନରେ କହିଛି ହେନେରୀ ଶନିବାର ରାତିରେ ସାମୁଦ୍ରିକ ଝଡର ରୂପ ନେବ । ଫଳରେ କନେକ୍ଟିକଟ, ମେନ୍‌, ମାସାଚୁସେଟ୍ସ, ନ୍ୟୁ ହାମ୍ପସାୟର, ରୋଡ ଦ୍ୱୀପ ସହ ନ୍ୟୁ ଇଂଲଣ୍ଡ ଅଞ୍ଚଳର ଲୋକଙ୍କୁ ପ୍ରସ୍ତୁତ ହେବାକୁ ଚେତାବନୀ ଦିଆଯାଇଛି । ସମସ୍ତ ବାସିନ୍ଦାଙ୍କୁ ତଳିଆ ଅଞ୍ଚଳରୁ ଉଠି ଆସିବାକୁ ଅନୁରୋଧ କରାଯାଇଛି ।

ଶନିବାର ଠାରୁ ଠାରୁ ସୋମବାର ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟକଙ୍କୁ ପାର୍କ ଏବଂ ବେଳାଭୂମି ଯିବାକୁ ବାଚ୍ଛନ୍ଦ କରାଯାଇଛି । ଏବେ ସେଠାରେ ପବନର ବେଗ ଅଧିକ ରହିଥିବା ଜଣାପଡିଛି । ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏନ୍‌ଏଚ୍‌ସି ଅଧିକାରୀମାନେ କହିଛନ୍ତି ଯେ ହେନେରୀ ପ୍ରଭାବରେ ଘଣ୍ଟା ପ୍ରତି ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହୁଥିବାବେଳେ ରବିବାର ସୁଦ୍ଧା ଏହାର ବେଗ ଅଧକ ରହିବ ।

Get real time updates directly on you device, subscribe now.