fbpx

ଅମିତ ରୋହିଦାସ ଓ କାଳୁ ଚରଣ ଚୌଧୁରୀଙ୍କୁ Hockey Indiaର ଶୁଭେଚ୍ଛା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସ ଏବଂ କୋଚ୍ କାଳୁ ଚରଣ ଚୌଧୁରୀଙ୍କୁ ଶୁଭେଚ୍ଛା ଜଣାଇଛି ହକି ଇଣ୍ଡିଆ । ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନରେ ସମ୍ମାନିତ ହୋଇଥିବା ଏହି ଦୁଇ ଜଣଙ୍କୁ ଶୁଭେଚ୍ଛା ଜଣାଇଛି ହକି ଇଣ୍ଡିଆ । ଭାରତୀୟ ହକି ଦଳର ନିୟମିତ ସଦସ୍ୟ ରହିଥିବା ଅମିତ ରୋହିଦାସ ଜଣେ ମିଡ ପିଲ୍ଡର ଏବଂ ପିସି ଡିଫେଣ୍ଡର । ୪୧ ବର୍ଷ ପରେ ଅଲିମ୍ପିକ୍ସ ବ୍ରୋଞ୍ଜ ଜିତିଥିବା ଭାରତୀୟ ଦଳର ସଦସ୍ୟ ରହିଛନ୍ତି ଅମିତ । ଅମିତଙ୍କୁ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଈଁ ସମ୍ମାନିତ କରାଯାଇଛି ।

ସେହିପରି ଜୀବନ ବ୍ୟାପୀ ସମ୍ମାନରେ କାଳୁ ଚରଣ ଚୌଧୁରୀ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଜାତୀୟଦଳ ପାଇଁ ପ୍ରସ୍ତୁତ କରିଥାନ୍ତି । ବିଗତ କିଛି ଦଶନ୍ଧି ଧରି କାଳୁଚରଣ ଓଡ଼ିଶାରେ ହକିର ଉନ୍ନତିରେ ଅବଦାନ ଦେଇ ଆସିଛନ୍ତି । କାଳୁଚରଣଙ୍କ ଏହି ଉଦ୍ୟମ ପାଇଁ ତାଙ୍କୁ ଜୀବନବ୍ୟାପୀ ସମ୍ମାନରେ ସମ୍ମାନିତ କରିଛନ୍ତି ଓଡ଼ିଶା ସରକାର । ଉଭୟଙ୍କୁ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମବାମ୍ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତରେ ଆହୁରି ସଫଳତା କାମନା କରିଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତିତ ସୁବାଷ ସାହୁଙ୍କୁ କୋଚ ଅଫ୍ ଦ ଇୟର ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.