fbpx

ଟୋକିଓ ପାରାଲିମ୍ପିକ୍ସ: ଲଢ଼େଇ କରି ହାରିଲେ ସୋନାଲ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଟିଟି ଖେଳାଳି ଭବାନୀ ବେନ ପଟେଲ ପ୍ରି କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ କ୍ଲାସ-୩ ବର୍ଗରେ ଖେଳୁଥିବା ସୋନାଲ ବେନ ପଟେଲ କିନ୍ତୁ ପରାଜିତ ହୋଇଛନ୍ତି । ଗୁରୁବାର ଅନୁଷ୍ଠିତ ମ୍ୟାଚରେ ସୋନାଲ ଚୀନର ମି ଗ୍ୟୁଙ୍କ ନିକଟରୁ ୩-୧ରେ ପରାଜିତ ହୋଇଛନ୍ତି ।

ମାତ୍ର ୩୦ ମିନିଟ ଧରି ଖେଳାଯାଇଥିବା ମୁକାବିଲାରେ ସୋନାଲ ପ୍ରଥମ ସେଟକୁ ୧୨-୧୦ରେ ଜିତି ନେଇଥିଲେ । ତେବେ ପରବର୍ତ୍ତୀ ଦୁଇ ରାଉଣ୍ଡରେ ସୋନାଲ ୧୧-୫ ଓ ୧୧-୩ରେ ପରାଜିତ ହୋଇଥିଲେ । ୪ର୍ଥ ରାଉଣ୍ଡରେ ସୋନାଲ କଡା ସଂଘର୍ଷ କରିଥିଲେ ହେଁ ୧୧-୯ରେ ପରାଜିତ ହୋଇଥିଲେ । କ୍ରମାଗତ ପରାଜୟ ସହିତ ସୋନାଲଙ୍କ ଟୋକିଓ ଅଭିଯାନ ମଧ୍ୟ ଶେଷ ହୋଇଛି । ଏହା ପୂର୍ବରୁ ଗ୍ରୁପ ଡିର ଅନ୍ୟ ଏକ ମୁକାବିଲାରେ ରିଓ ରୌପ୍ୟ ବିଜୟିନୀ ଚୀନର କ୍ୱିଆନ ଲିଙ୍କ ନିକଟରୁ ପରାଜିତ ହୋଇଥିଲେ ସୋନାଲ ।

Get real time updates directly on you device, subscribe now.