fbpx

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ: ଭୁଷୁଡ଼ିଲା ବ୍ରିଜ୍, ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ପୁଣି ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା କାରଣରୁ ଭୁଷୁଡି ପଡିଛି ଏକ ବ୍ରିଜ୍ । ରାଣୀ ପୋଖରୀ ଗ୍ରାମରେ ପ୍ରବଳ ବର୍ଷା କାରଣରୁ ଡେରାଡୁନ୍-ଋଷିକେଶ ବ୍ରିଜ ଭୁଷୁଡି ପଡିଥିବା ବେଳେ ଏକ ଟ୍ରକଟି ଓଲଟି ପଡିଥିଲା । ଘଟଣାଟିର ଭିଡିଓ ସିସିଟିଭିରେ କଏଦ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହୋଇଛି । ସେହିପରି ବର୍ଷା କାରଣରୁ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ରାସ୍ତା ବନ୍ଦ ରହିଛି ।

ଋଷିକେଶ-ଦେବପ୍ରୟାଗ, ଋଷିକେଶ-ତେହରୀ ଓ ଡେରାଡୁନ୍-ମଶୌରୀ ରାସ୍ତା ମଧ୍ୟ ବିଗତ ୪ ଦିନ ହେବ ବନ୍ଦ ରହିଛି । ପ୍ରବଳ ବର୍ଷା କାରଣରୁ ପାହାଡ ଧସି ଯିବା କାରଣରୁ ଏହି ରାସ୍ତା ଗୁଡିକ ବନ୍ଦ ପଡିଛି । ଏହି ଅଞ୍ଚଳ ଗୁଡିକୁ ଯାତ୍ରା ନକରିବା ପାଇଁ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.