fbpx

କରୋନା ମହାମାରୀ ମଧ୍ୟରେ ଡରାଇଲାଣି ରହସ୍ୟମୟୀ ରୋଗ ‘ହାୱାନା ସିଣ୍ଡ୍ରୋମ’, ଜାଣନ୍ତୁ ଲକ୍ଷଣ ଓ କାରଣ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବା ବେଳେ ଏହାର ଡେଲଟା ଭାରିଆଣ୍ଟ୍ ଅନେକ ଦେଶରେ ଚିନ୍ତାଜନକ ପରିସ୍ଥିତିରେ ରହିଛି । ତେବେ ଏହି ସଂକ୍ରମଣ ମଧ୍ୟରେ ଦେଶରେ “ହାୱାନା ସିଣ୍ଡ୍ରୋମ୍” ନାମକ ରୋଗ ସମ୍ପର୍କରେ ମିଡିଆ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ଆମେରିକାରେ ଏହାର ପ୍ରଭାବ ଦେଖାଯାଇଥିବା ଜଣାପଡ଼ିଛି । ଏହାର ପ୍ରଭାବ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଙ୍କ ଯାତ୍ରା ଉପରେ ବି ପଡ଼ିଛି । କାରଣ ସେ ଅଗଷ୍ଟ ୨୪ ତାରିଖରେ ସିଙ୍ଗାପୁରରୁ ଭିଏତନାମ ଯାତ୍ରା କରିବା ସମୟରେ ଏଥିରେ କିଛି ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା ।

ରିପୋର୍ଟ ମୁତାବକ, ହନୋଇସ୍ଥିତ ଆମେରିକୀ ଦୁତାବାସରେ ହାୱାନା ସିଣ୍ଡ୍ରୋମ ସୁରକ୍ଷାତ୍ମକ କାରଣରୁ ନେଇ ସତର୍କ ସୁଚନା ଜାରି କରାଯାଇଥିଲା । କରୋନାର ବଢ଼ୁଥିବା ମାମଲା ଭିତରେ ହାୱାନା ସିଣ୍ଡ୍ରୋମ୍ ବିଶେଷଜ୍ଞଙ୍କ ଧ୍ୟାନ ଆକର୍ଷଣ କରିଛି । ଏହାକୁ ଏକ ରହସ୍ୟମୟୀ ରୋଗ ବୋଲି ବିବେଚନା କରାଯାଇଛି । ତେବେ ଏହି ରୋଗ ସମ୍ପର୍କରେ ଚାଲନ୍ତୁ ଜାଣିବା ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ହୱାନା ସିଣ୍ଡ୍ରୋମ୍ କୌଣସ ନୂଆ ରୋଗ ନୁହେଁ । ପ୍ରଥମ ଥର ଏହା ୨୦୧୬ରେ କ୍ୟୁବାର ରଜଧାନୀ ହୱାନାରୁ ସାମନାକୁ ଆସିଥିଲା । ଏହାପରେ ଜର୍ମାନୀ, ଅଷ୍ଟ୍ରିୟା, ଋଷ ଏବଂ ଚୀନ ଭଳି କିଛି ଦେଶରୁ ଏହାର ମାମଲା ଦେଖିବାକୁ ମିଳିଥିଲା । ବିଶେଷଜ୍ଞ ମାନେ କୁହନ୍ତି ଯେ, ଏଥିରେ ରୋଗୀ ମାନଙ୍କୁ ଶ୍ରବଣ ଶକ୍ତି ଦୁର୍ବଳ ହେବା, ସ୍ମୃତି ଶକ୍ତି ଚାଲିଯିବା, ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଏ ।

୨୦୧୬ର ଏକ ରିପୋର୍ଟ ଅନୁସାରେ, ହୱାନା ସିଣ୍ଡ୍ରୋମ୍ ରେ ମୁଣ୍ଡରେ ଖୁବ୍ ଜୋରରେ ଯନ୍ତ୍ରଣା ହେବା ଭଳିୁ ସ୍ଥିତି ରିପୋର୍ଟ କରଯାଇଥିଲା । କିଛି ଅନ୍ୟ ଲୋକ ମାନେ ସେମାନଙ୍କ ମୁଣ୍ଡରେ ଭୟଙ୍କର ଚାପ ପଡ଼ୁଥିବା ଅନୁଭବ କରିଥିଲେ । ତେବେ ଏହି ପରିପ୍ରେକ୍ଷୀରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ମସ୍ତିସ୍କର ସ୍କାନ୍ କରାଯାଇଥିଲା । ଆଉ ସେଥିରେ ଦେଖିବାକୁ ମିଳିଥିଲା ଯେ, ସେମାନଙ୍କ ମସ୍ତିସ୍କ, କୌଣସି ଏକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିର ମସ୍ତିସ୍କ ସ୍ଥିତି ସହିତ ସମାନ ଥିଲା ।

ତେବେ ଏହା କେଉଁ କାରଣରୁ ହୋଇଥାଏ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ହେଲେ ୨୦୨୦ ଡିସେମ୍ବର ମାସରେ ଜାତୀୟ ବିଜ୍ଞାନ ଏକାଡେମୀ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ, ରେଡିଓଫ୍ରିକ୍ୱେନ୍ସି ଏନର୍ଜି ଏହାର ଏକ କାରଣ ହୋଇପାରେ ।

Get real time updates directly on you device, subscribe now.