fbpx

ଆସିଲା ନୂଆ SOP, ରାତି ୯ଟା ବଢ଼ିଲା ଜଗା ଦର୍ଶନ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଜାରି ହୋଇଛି ନୂଆ ଏସଓପି । ଏଣିକି ସକାଳ ୭ଟାରୁ ରାତି ୯ଟା ଯାଏଁ ଜଗା ଦର୍ଶନ ପାଇଁ ବ୍ୟବସ୍ଥା ହେବ । ଅର୍ଥାତ୍ ଏଣିକି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟା ଯାଏଁ ଦର୍ଶନର ଅନୁମତି ମିଳିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ଅବଧି ଥିଲା । କଟକଣା ହଟିବା ପରେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ଶନିବାର ଶ୍ରୀମନ୍ଦିର ଖୋଲା ରହିବ, କିନ୍ତୁ ରବିବାର ଦିନ ବିଶୋଧନ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ରାଜ୍ୟର ସେପ୍ଟେମ୍ବର କୋଭିଡ ଗାଇଡଲାଇନ୍ ଆସିବା ପରେ ନିଷ୍ପତ୍ତି ନିଆଯାଇଛି । ଏନେଇ ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ପୂର୍ବଭଳି ବାଧ୍ୟତାମୂଳକ ହେବ । ୨ ଡୋଜ୍ ଟିକାକରଣର ପ୍ରମାଣପତ୍ର ନିୟମ ବି ବଳବତ୍ତର ରହିବ ।

Get real time updates directly on you device, subscribe now.