fbpx

ଗଳେଇଲା ଗଞ୍ଜି ଉପରେ ୧୦ ଗଞ୍ଜି, ବାହାରିବା ବେଳେ ଅଟକାଇଲା ଦୋକାନୀ; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆପଣ ଏକା ସାଙ୍ଗରେ କେତୋଟି ଗଞ୍ଜି ପିନ୍ଧି ପାରିବେ । ଅତି ବେଶୀରେ ଦୁଇ ବା ୩ ତାହା ପୁଣି ବଡ କଷ୍ଟରେ । ମାତ୍ର ତାମିଲନାଡୁରେ ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏକା ସାଙ୍ଗରେ ୧୦ଟି ଗଞ୍ଜି ପିନ୍ଧି ଦେଇଛନ୍ତି । ଏହା ସହିତ ନିଜ ଧୋତି ମଧ୍ୟରେ କିଛି ଗଞ୍ଜି ମଧ୍ୟ ଲୁଚାଇ ରଖିଥିଲେ ଯୁବକ ଜଣକ । ଦୋକାନୀଙ୍କ ନଜରକୁ ଏଡାଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡି ଯାଇଥିଲେ ଯୁବକ ।

ଯୁବକଙ୍କୁ ଚେକ୍ କରିବା ସମୟରେ ସେ ନିଜ ଗଞ୍ଜି ଉପରେ ୧୦ଟି ଗଞ୍ଜି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ପିନ୍ଧିଥିବା ଧୋତି ମଧ୍ୟରେ ମଧ୍ୟ କିଛି ଗଞ୍ଜି ଲୁଚାଇ ନେବାକୁ ଚେଷ୍ଟା କରିଥିଲେ । ଦୋକାନୀଙ୍କ ପକ୍ଷରୁ ଏହାର ଭିଡିଓ ପ୍ରସ୍ତୁତ କରାଯାଇଥିବା ବେଳେ ଭିଡିଓଟି ବେଶ ଭାଇରାଲ ହୋଇଥିଲା । ଭିଡିଓରେ ନଜର ଆସିଥିବା ଯୁବକ ଜଣକ ତୁଥୁକୋଡି ଅଞ୍ଚଳର ସେଲଭାମଦନ ବୋଲି ଜଣାପଡିଛି । ତାମିଲନାଡୁର ଥିସାୟାନଭିଲର ଏକ କପଡା ଦୋକାନରେ ଏହି ଘଟଣା ଘଟିଥିଲା । ଏହି ଘଟଣାକୁ ନେଇ ପୋଲିସରେ ମାମଲା ରୁଜୁ କରାଯାଇନଥିବା ବେଳେ ଚେତାବନୀ ଦେଇ ଛାଡି ଦେଇଛନ୍ତି ଦୋକାନ ମାଲିକ ।

Get real time updates directly on you device, subscribe now.