fbpx

୧୦୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ହତ୍ୟା, ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗଲୁରୁ: ନିକଟରେ କର୍ଣ୍ଣାଟକରୁ ପଶୁ କ୍ରୁରତାର ଏକ ଚିତ୍ର ଦେଖିବାକୁ ମିଳିଥିଲା । ଏଠାରେ ୧୫୦ ମାଙ୍କଡଙ୍କୁ ମାରିବା ଘଟଣା ପରେ ଜୋରଦାର୍ ହଙ୍ଗାମା ହୋଇଥିଲା । ଏହି ବିବୁାହ ପୂର୍ଣ୍ଣ ରୂପରେ ଶାନ୍ତ ବି ପଡ଼ିନାହିଁ ଏବେ ଆଉ ଘଟଣା ସାମନାକୁ ଆସିଛି । ଏବେ ଏଠାରେ କୁକୁରଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଭଳି ଖବର ଶୁଣିବାକୁ ମିଳିଛି । ଶିବମୋଗାରେ ୧୦୦ରୁ ଅଧିକ କୁକୁରଙ୍କୁ ବିେ ଦେଇ ମାରିବା ପରେ ପୋତିଦିଆଯାଇଛି । ଏଥିରେ କିଛି ଜୀବନ୍ତ କୁକୁରଙ୍କୁ ପୋତି ଦିଆଯାଇଥିବା ଜଣାପଡ଼ିଛି । ପୋଲିସ୍ ଏହି ମାମଲାର ବର୍ତ୍ତମାନ ଯାଞ୍ଚ କରୁଛି । ଏହା ସହିତ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ନାମରେ ବି ମାମଲା ରୁଜୁ ହୋଇଛି ।

ସ୍ଥାନୀୟ ପଶୁ ଅଧିକାର କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ କ୍ରମେ କମ୍ଭାଦଲ ହୋସୁର୍ ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏ ସମ୍ପର୍କରେ ପୋଲିସ୍ ଅଧୀକ୍ଷକ ଲକ୍ଷ୍ମୀ ପ୍ରସାଦ କହିଛନ୍ତି ଯେ, କୁକୁରଙ୍କୁ ମାରିବା ନେଇ ଅନୁମତି ଗ୍ରାମ ପଞ୍ଚାୟତ ଦେଇଥିଲେ । ଏହି ମାମଲାରେ ଏସପି ପଶୁ ଚିକିତ୍ସକଙ୍କ ଏକ ଟିମ୍ କୁ ମୃତ୍ୟୁର କାରଣ ଉପରେ ରିପୋର୍ଟ ମାଗିଛନ୍ତି ।

Get real time updates directly on you device, subscribe now.