fbpx

ଏବେ ପାଣିପାଗକୁ ନେଇ ମିଳିବ ଆହୁରି ସଠିକ୍ ତଥ୍ୟ, ଏହି ସିଷ୍ଟମ ଉପରେ କାମ କରୁଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ : ଏବେ ପାଣିପାଗ ନେଇ ମିଳିବ ସଠିକ୍ ତଥ୍ୟ । ସମୟ ପୂର୍ବରୁ ସମସ୍ତ ସଠିକ୍ ସୂଚନା ଲୋକଙ୍କ ପାଖରେ ପହଞ୍ଚିବ । ଏହା ଉପରେ କାମ କରୁଛନ୍ତି କେନ୍ଦ୍ର ସରକାର । ‘ପୂର୍ବାନୁମାନ ସେବାର ଉନ୍ନୟନ’ ନାମକ ଏକ ଉପ ଯୋଜନା ପ୍ରସ୍ତୁତ କରିଛନ୍ତି  ସରକାର। ଏଥିରେ ପାଣିପାଗ ସମ୍ବନ୍ଧିତ ଭବିଷ୍ୟତବାଣୀରେ ତିନି ଘଣ୍ଟାରୁ ଛଅ ଘଣ୍ଟା ଭିତରେ ସୁଧାର କରାଯାଇ ପାରିବ ।

ପୃଥ୍ୱୀ ବିଜ୍ଞାନ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଆଗାମୀ ବର୍ଷରେ ପାଣିପାଗ ପୂର୍ବାନୁମାନ ଆହୁରି ସଠିକ୍ ଏବଂ ପ୍ରଭାବୀ ହେବ । ଅଳ୍ପ ସମୟ ମଧ୍ୟରେ ପାଣିପାଗର ସଠିକ୍ ପୂର୍ବାନୁମାନ କରାଯାଇ ପାରିବ । ବାୟୁ ମଣ୍ଡଳ ଏବଂ ଜଳବାୟୁ, ଅନୁସନ୍ଧାନ ପ୍ରଣାଳୀ ଏବଂ ସେବା ଯୋଜନା ଆଧାରରେ ‘ପୂର୍ବାନୁମାନ ସେବାର ଉନ୍ନୟନ’ ନାମକ ଏକ ଉପ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ନେଟୱର୍କ ଓ ସଂଖ୍ୟାତ୍ମକ ମୋଡେଲିଂ କ୍ଷମତାକୁ ଉଚ୍ଚକ୍ଷମତା ସଂପନ୍ନ କରାଯିବ । ଏଥିରେ ନୂତନ ପ୍ରଣାଳୀର ଉପଯୋଗ କରାଯିବ, ଯଦ୍ୱାରା ଖରାପ ପାଣିପାଗର ସଠିକ୍ ଭବିଷ୍ୟତବାଣୀ କରାଯାଇ ପାରିବ ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ପାଣିପାଗ ବିଜ୍ଞାନ ନିଜର ଉଚ୍ଚ କ୍ଷମତା ସଂପନ୍ନ କମ୍ପ୍ୟୁଟିଙ୍ଗ ପ୍ରଣାଳୀ(ଏଚପିସି)କୁ ୬.୮ପେଟାଫ୍ଲାକ୍ସ ପର୍ଯ୍ୟନ୍ତ ବୃଦ୍ଧି କରିବ । ଏଥିସହ ୨୦୨୨ ସୁଦ୍ଧା ଏହାକୁ ୧୦ ପେଟାପ୍ଲାକ୍ସରୁ ବଢାଯାଇ ୪୦ ପେଟାଫ୍ଲାକ୍ସ ଏବଂ ୨୦୨୪ ସୁଦ୍ଧା ଏହାର କ୍ଷମତା ୧୦୦ ପେଟାଫ୍ଲାକ୍ସ କରିବାକୁ ମଧ୍ୟ ଯୋଜନା ରହିଛି । ପେଟାଫ୍ଲାକ୍ସର କ୍ଷମତା ବଢାଯିବା ଅର୍ଥ ପାଣିପାଗ ବିଭାଗକୁ ଅଳ୍ପ ସମୟରେ ପାଣିପାଗ ସଠିକ୍ ସୂଚନା ମିଳିପାରିବ ।

 

Get real time updates directly on you device, subscribe now.