fbpx

୩ ଦିନିଆ ଓମାନ ଗସ୍ତରେ ନୌସେନା ମୁଖ୍ୟ କରମବୀର ସିଂ, ନୌସେନା ମଧ୍ୟରେ ସମ୍ମନ୍ୱୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ୩ ଦିନିଆ ଓମାନ ଗସ୍ତରେ ଯାଇଛନ୍ତି ଭାରତୀୟ ନୌସେନାର ଭାଇସ ଆଡମିରାଲ କରମବୀର ସିଂ । ଏହି ଗସ୍ତ ସମୟରେ ଦୁଇ ଦେଶର ନୌସେନା ମଧ୍ୟରେ ସମ୍ମନ୍ୱୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ଆଲୋଚନା ହେବ । ଓମାନ ନୌସେନା ମୁଖ୍ୟ ଆଡମିରାଲ ସଫବିନ ନାସିର ବିନ ମୋହସେନ ଅଲ-ରହବିଙ୍କ ସହ ଆଲୋଚନା କରିବେ ଆଡମିରାଲ କରମବୀର ସିଂ । ୨୭ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ଦିନିଆ ଗସ୍ତ କରି ଓମାନରେ ପହଞ୍ଚିଛନ୍ତି ଆଡମିରାଲ ସିଂ ।

ଏହି ଗସ୍ତ ସମୟରେ ଆଡମିରାଲ ସିଂ ଓମାନର ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଉପ-ଆଡମିରାଲ ତଥା ଓମାନ ସୁଲତାନ ସଶସ୍ତ୍ର ସେନାର ମୁଖ୍ୟ ଅବଦୁଲ୍ଲା କାମିସ ଅବଦୁଲ୍ଲା ଅଲ ରାଇସି ଓ ସ୍ଥଳସେନା ମୁଖ୍ୟ ଜେନେରାଲ ମାତର ବିନ୍‌ ସଲିମ ବିନ୍‌ ରସିଦ ଅଲ ବାଲୁଶି, ଓମାନ ରୟାଲ୍‌ ଏୟାର ଫୋର୍ସର କମାଣ୍ଡର ମାର୍ଶଲ କାମିସ୍‌ ବିନ୍‌ ହାମଦ୍‌ ବିନ୍‌ ସୁଲତାନ୍‌ ଅଲ୍‌ ଗାଫ୍ରିଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିରି ଓମାନ ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଡ ମହମ୍ମଦ ବିନ୍‌ ନାସିର୍‌ ବିନ୍‌ ଅଲିଅଲ ଜାବିଙ୍କ ସହ ମଧ୍ୟ କାଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଏହି ଉଚ୍ଚସ୍ତରୀୟ ନୌସାମରିକ ଆଲୋଚନା ପରେ ଆଡମିରାଲ ସିଂ ଓମାନର ବିଭିନ୍ନ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର, ସଇଦ ବିନ ସୁଲତାନ ନାଭାଲ ବେସ, ଅଲ ମୁସାନା ଏୟାର ବେସ ଏବଂ ନ୍ୟାସନାଲ ଡିଫେନ୍ସ କଲେଜ ଭଳି ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଗସ୍ତ ନେଇ ସରକାରୀ ଭାବେ ଜାରି ହୋଇଥିବା ପ୍ରେସ ରିଲିଜରେ ଭାରତୀୟ ନୌସେନା ଓମାନର ରୟାଲ ନୌସେନା ସହିତ ଅନେକ କ୍ଷେତ୍ରରେ ସହଯୋଗ, ତାଲିମ ଏବଂ ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳ ଆଦାନପ୍ରଦାନ ନେଇ କଥାବାର୍ତ୍ତା ହେବା ନେଇ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.