ଦୁବାଇରେ ସାଉଥ୍ ଡର୍ବି: CSK ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୪୪ତମ ମ୍ୟାଚରେ ଏକ ସାଉଥ୍ ଡର୍ବି ଦେଖିବାକୁ ମିଳିଛି । ଦୁଇ ଦକ୍ଷିଣ ଭାରତୀୟ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ସନରାଇଜର୍ସ ହାଇଦ୍ରାବାଦ । ଟସ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିଥିବା ବେଳେ ସନରାଇଜର୍ସ ୭ ୱିକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲା ।

ହାଇଦ୍ରାବାଦ ପକ୍ଷରୁ ରିଦ୍ଧିମାନ ସାହା ସର୍ବାଧିକ ୪୪ ରନ ସଂଗ୍ରହ କରିଥିଲେ । ମଧ୍ୟକ୍ରମଭରେ ଅଭିଷେକ ଶର୍ମା ଓ ଅବଦୁଲ ସମାଦ ପ୍ରତ୍ୟେକ ୧୮ ରନ ଲେଖାଏଁ ସଂଘର୍ଷ କରିଥିଲେ । ଶେଷ ଆଡକୁ ରଶିଦ ଖାନଙ୍କ ୧୭ ରନ ସହାୟତାରେ ହାଇଦ୍ରାବାଦ ୭ ୱିକେଟ ହରାଇ ୧୩୪ ରନ କରିଥିଲା । ଜୋଶ ହେଜେଲଉଡ୍ ୨୪ ରନ ବ୍ୟୟରେ ୩ଟି ୱିକେଟ ନେଇଥିଲେ । ବ୍ରାଭୋ ୨ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।