fbpx

ବାଟକୁ ଆସିଲା ବ୍ରିଟେନ୍, ଭାରତର କଡ଼ା ଜବାବ ପରେ କ୍ୱାରେଣ୍ଟାଇନ୍ ସର୍ତ୍ତରୁ ଓହରିଲା; ଘୋଷଣା କଲା ଏପରି

ନୂଆଦିଲ୍ଲୀ: ଭାରତ ପକ୍ଷରୁ କଡ଼ା ଜବାବ ମିଳିବା ପରେ ବ୍ରିଟେନ ଏବେ ଭାରତୀୟ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ସର୍ତ୍ତକୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ବ୍ରିଟେନ ଗୁରୁବାର ଦିନ କହିଛି ଯେ, ୟୁକେ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ଅକ୍ଟୋବର ୧୧ରୁ କୋଭିସିଲ୍ଡ କିମ୍ବା ସରକାରଙ୍କ ପକ୍ଷରୁ ଅନୁମୋଦିତ ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ ନାହିଁ ।

ଏହା ପୂର୍ବରୁ ବ୍ରିଟେନ୍ ସରକାର ୟୁକେ ଯାଉଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ୍ ନିୟମକୁ ବାଧ୍ୟତାମୂଳକ କରିଥିଲେ । ବ୍ରିଟେନ୍ ର ଏହି ନିୟମ ଅକ୍ଟୋବର ୪ ତାରିଖରୁ ହିଁ ବନ୍ଦ ହୋଇଯିବା ନେଇ ଆଶଙ୍କା ଦେଖାଦେଇଥିଲା । କିନ୍ତୁ ଗୁରୁବାର ଦିନ ଭାରତର ବ୍ରିଟିଶ୍ ଉପାୟୁକ୍ତ ଏଲେକ୍ସ ଏଲିସ୍ ଏକ ଭିଡିଓ ବାର୍ତ୍ତା ଜାରି କହିଥିଲେ ଯେ, ୟୁକେ ଯାଉଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ଅକ୍ଟୋବରରୁ କୋଭିସିଲ୍ଡ କିମ୍ବା ୟୁକେ ଦ୍ୱାରା ଅନୁମୋଦିତ ଯେକୌଣସି ଟିକା ନେଇଥିବା ବ୍ୟକ୍ତିଙ୍କୁ ୧୦ ଦିନିଆ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ ନାହିଁ । ଏପରି ଘୋଷଣା କରିଛନ୍ତି ସତ କିନ୍ତୁ କୋଭାକ୍ସିନ୍ ସାର୍ଟିଫିକେଟ୍ କୁ ନେଇ କୌଣସି ପ୍ରକାର ଘୋଷଣା କରିନାହାନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଭାରତୀୟ କୋଭିଡ୍ ଭାକସିନ୍ କୁ ମାନ୍ୟତା ଦେଇନଥିବା ବ୍ରିଟିଶ ସରକାର ଭାରତକୁ କଡ଼ା ଜବାବ ଦେଇଥିଲା ଭାର୍ରତ । ଏହି ପରିପ୍ରେକ୍ଷୀରେ ଭାରତ ମଧ୍ୟ ୟୁକେରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ୍ ନିୟମକୁ ବାଧ୍ୟତାମୁଳକ କରିଥିଲା । ତେବେ ବ୍ରିଟେନ ଏଯାବତ୍ ଭାରତୀୟ କୋଭିଡ୍ ସାର୍ଟିଫିକେଟ୍ କୁ ମାନ୍ୟତା ଦେଇନାହିଁ , ତେଣୁ ଉପରେ କଡ଼ା ପଦକ୍ଷେପ ନେବା ନେଇ ଯୋଜନା ଜାରି ରହିଛି ।

 

Get real time updates directly on you device, subscribe now.