fbpx

ସଲମାନ ଖାନ୍ ଗାଇଲେ ମାନିକେ ମାଗେ ହିଥେ; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ଇଣ୍ଟମରନେଟ ସେନସେସନ ପାଲଟିଥିବା ସିଂହଳୀ ଗାୟିକା ୟୋହାନୀଙ୍କ ସହିତ ଗୀତ ଗାଇଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ୍ । ମାନିକେ ମାଗେ ହିଥେ ସମଗ୍ର ବିଶ୍ୱରେ ପରିଚିତ ହେବା ପରେ ସିଂହଳୀ ଗାୟିକା ୟୋହାନୀ ଡିଲୋକା ଡେ ସିଲଭା ପରିଚିତ ହାସଲ କରିଥିଲେ । ନିକଟରେ ବିଗ ବସ ସେଟରେ ଯୋଗ ଦେଇଥିବା ବେଳେ ୟୋହାନୀ ସଲମାନ ଖାନଙ୍କୁ ଏହି ଗୀତ ଗାଇବା ଶିଖାଇଥିଲେ ।

ସଲମାନ ମଧ୍ୟ ୟୋହାନୀଙ୍କ ସହିତ ମିଶି ଗୀତଟି ଗାଇଥିଲେ । ସଲମାନଙ୍କ ମାନିକେ ମାଗେ ହିଥେକୁ ଇଣ୍ଟରନେଟ ବ୍ୟବହାରକାରୀ ବେଶ ପସନ୍ଦ କରିଥିବା ବେଳେ ଭିଡିଓଟି ଭାଇରାଲ ହୋଇଛି । ଏହି ଗୀତ ଗାଇବା ସମୟରେ ସଲମାନ କିଛି ଶବ୍ଦ ଭୁଲ ମଧ୍ୟ ଉଚ୍ଚାରଣ କରିଥିଲେ । ହ୍ୟାଙ୍ଗଓଭର ଏବଂ ଶ୍ରୀଦେବୀ ଭଳି ଶବ୍ଦ ଗାଇଥିବା ବେଳେ ଭିଡିଓଟି ବେଶ ଭାଇରାଲ ହୋଇଛି ।

Get real time updates directly on you device, subscribe now.