fbpx

ଦଶହରା ଛୁଟି: ୧୦ ହଜାର ଟଙ୍କାରେ ପ୍ଲାନ୍ କରନ୍ତୁ ଏହି ୧୦ଟି ସ୍ଥାନକୁ ବୁଲିଯିବା ପାଇଁ ଟ୍ରିପ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀ ବ୍ୟାପିବା ହେତୁ ଲୋକମାନେ ନିଜ ଘରେ ବନ୍ଦ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି। ଦେଶରେ ଲାଗୁ କରାଯାଇଥିବା ଲକଡାଉନ୍ କାରଣରୁ ବୁଲାବୁଲି କରିବାକୁ ଇଚ୍ଛୁକ ଥିବା ଲୋକମାନେ ଘରେ ହିଁ ରହିଥିଲେ । କିନ୍ତୁ ବର୍ତ୍ତମାନ ଅଧିକାଂଶ ପର୍ୟ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଖୋଲି ଗଲାଣି ଏବଂ ପରବର୍ତ୍ତୀ ସପ୍ତାହ ମଧ୍ୟ ଛୁଟିଦିନରେ ପରିପୂର୍ଣ୍ଣ ରହିବ । ୧୪ ଅକ୍ଟୋବରରେ ରାମ ନବମୀ, ୧୫ ରେ ବିଜୟା ଦଶମୀ, ୧୬ ଅକ୍ଟୋବର ଶନିବାର ଏବଂ ୧୭ ରବିବାର, ୧୯ ରେ ଇଦ୍-ଇ-ମିଲାଦ ପଡ଼ୁଥିବାରୁ ଛୁଟିଦିନ ରହିବ । ତେଣୁ ଏହି ଛୁଟିଦିନରେ ଆପଣ ମାନେ ପରିବାର ସହିତ କିମ୍ବା ନିଜ ସାଙ୍ଗ ମାନଙ୍କ ସହିତ ଟ୍ରିପ୍ ପ୍ଲାନ୍ ମଧ୍ୟ କରିପାରିବେ । ତେବେ ଦିଲ୍ଲୀ-ଏନସିଆର୍ ରେ ରହୁଥିବା ଲୋକାମାନେ ଆରାମରେ ୧୦ ହଜାର ଟଙ୍କାରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ବୁଲିପାରିବେ ।

କଙ୍ଗୋଜୋଡି ଗାଁ, ହିମାଚଳପ୍ରଦେଶ: ଯଦି ଆପଣ ପ୍ରକୃତି ପ୍ରେମୀ ବା ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ଚାହୁଁଥାନ୍ତି ତେବେ ହିମାଚଳ ପ୍ରଦେଶର କଙ୍ଗୋଜୋଡ଼ି ଗାଁକୁ ବୁଲିବାକୁ ଯାଆନ୍ତୁ । ସିରମୋର୍ ଜିଲ୍ଲାର ଏହି ଗାଁରେ ପହଞ୍ଚିବାକୁ ହେଲେ ଆପଣଙ୍କୁ ଦିଲ୍ଲୀଠାରୁ ପାଖାପାଖି ୨୭୫ କିମି ଯାତ୍ରା କରିବାକୁ ହେବ । ହେଲେ ଏଠାକାର ପରିବେଶର ମନୋରମ ଦୃଶ୍ୟ ଓ ଅନୁଭବ ଆପଣଙ୍କ ସବୁ ଥକ୍କା ମେଣ୍ଟାଇଦେବ ।

ଲୈସଡାଉନ୍(ଉତ୍ତରାଖଣ୍ଡ): ପ୍ରକୃତିର କୋଳରେ ଯଦି ସମୟ ବିତାଇବାକୁ ଚାହୁଁଛନ୍ତି ତେବେ ଥରେ ଲୈସଡାଉନ୍ ନିଶ୍ଚୟ ବୁଲିବାକୁ ଯାଆନ୍ତୁ । ଦିଲ୍ଲୀଠାରୁ ଏହି ସୁନ୍ଦରତାରେ ଭରପୁର ଥିବା ସ୍ଥାନ ମାତ୍ର ୨୭୯ କିମି । ଏଠାରେ କ୍ୟାମ୍ପଠାରୁ ଆରମ୍ଭ କରି ରହିବା ଖାଇବା ଖର୍ଚ୍ଚ କେବଳ ୧୦ ହଜାର ମଧ୍ୟରେ ହୋଇଯିବ ।

ପିଥୌରାଗଡ଼(ଉତ୍ତରାଖଣ୍ଡ): ଏହି ପ୍ରସିଦ୍ଧ ସ୍ଥାନ ଦିଲ୍ଲୀଠାରୁ ମାତ୍ର ୪୬୩ କିମି ଦୂରରେ ଅବସ୍ଥିତ । ଏହାକୁ ହିଲ୍ ଷ୍ଟେସନ୍ ବୋଲି ତ କହିପାରିବା ନାହିଁ କିନ୍ତୁ ଏହାର ପରିବେଶରେ ବର୍ଷକରେ ବାର ମାସ ଭଲ ଏବଂ ଭ୍ରମଣ ଅନୁକୂଳ ରହିଥାଏ ।

ଶିବପୁର(ଉତ୍ତରାଖଣ୍ଡ): ଋଷିକେଶକୁ ପୌରାଣିକ ତଥା ଧାର୍ମିକ ସ୍ଥଳ ବୋଲି କୁହାଯାଇଥାଏ । ଏଠାରେ ଉଚ୍ଚ ଉଚ୍ଚ ପର୍ବତ ଶ୍ରେଣୀ, ଜଙ୍ଗଲ, ଝରଣା ପ୍ରକୃତିର ଶୋଭା ବର୍ଦ୍ଧନ କରିଥାଏ । ଏହି ସ୍ଥାନ ଦିଲ୍ଲୀ ଠାରୁ ପାଖାପାଖି ୨୪୪ କିମି ଦୂରରେ ରହିଛି । ଏହାର ଟିକେ ଦୂରରେ ଶିବପୁରୀ ରହିଛି । ଏଠାରେ ବହିଯାଇଥିବା ଗଙ୍ଗାରେ ଆପଣମାନେ ରିଭର୍ ରାପ୍ଟିଂ ବି କରିପାରିବେ ।

ଶୋଘୀ, ହିମାଚଳ ପ୍ରଦେଶ: ଏହି ସ୍ଥାନ ହନିମୁନ୍ କରିବାକୁ ଆସିଥିବା କପଲ୍ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଉଦ୍ଦିଷ୍ଟ । ଆପଣ ମାନେ ପରିବାର ଲୋକଙ୍କୁ ମଧ୍ୟ ନେଇ ଏଠାକୁ ଆସିପାରିବେ । ଯଦି ଲମ୍ବା ୱିକେଣ୍ଡରେ ଯିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସ୍ଥାନକୁ ବାଛିପାରିବେ ।

Get real time updates directly on you device, subscribe now.