fbpx

ଭାରତର ଟପ୍ IT କମ୍ପାନୀରେ ନିଯୁକ୍ତି ପାଇବେ ୧ ଲକ୍ଷରୁ ଅଧିକ ଫ୍ରେଶ୍ ଗ୍ରାଜୁଏଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତର ଟପ୍ ଆଇଟି କମ୍ପାନୀଗୁଡ଼ିକରେ ୧ ଲକ୍ଷରୁ ଅଧିକ ଗ୍ରାଜୁଏଟଙ୍କୁ ନିଯୁକ୍ତି ମିଳିବ । ଏଥିରେ ସାମିଲ ହୋଇଛନ୍ତି ଟିସିଏସ, ଇନଫୋସିସ, ୱିପ୍ରୋ ଓ ଏଚସିଏଲ ଟେକ୍ନୋଲୋଜିସ୍ ଭଳି ଟପ୍ ଆଇଟି କମ୍ପାନୀ । ଏହି କମ୍ପାନୀଗୁଡ଼ିକରେ ୧ ଲକ୍ଷରୁ ଅଧିକ ଫ୍ରେଶର୍ସଙ୍କୁ ଚଳିତ ଆର୍ଥିକ ବର୍ଷରେ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଟିସିଏସ୍ ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟାର୍ଦ୍ଧାରେ ୩୫ ହଜାର ଫ୍ରେଶ ଗ୍ରାଜୁଏଟଙ୍କୁ ନିଯୁକ୍ତି ନେଇ ପ୍ଲାନ କରୁଛି । କମ୍ପାନୀ ଗତ ୬ ମାସରେ ମଧ୍ୟରେ ୪୩ ହଜାର ଗ୍ରାଜୁଏଟ୍ସଙ୍କୁ ଚାକିରି ଦେଇ ସାରିଛି । ସେହିପରି ଇନଫୋସିସ୍ ତା’ର ନିଯୁକ୍ତି ପ୍ରକ୍ରିୟାରେ ୪୫ ହଜାର କଲେଜ ଗ୍ରାଜୁଏଟ୍ସଙ୍କୁ ସାମିଲ କରିବ । ପୂର୍ବରୁ କମ୍ପାନୀ ୩୫ ହଜାର ଗ୍ରାଜୁଏଟ୍ସଙ୍କୁ ଚାକିରି ଦେବାକୁ ଘୋଷଣା କରିଥିବା ବେଳେ ଏବେ ତାହା ବୃଦ୍ଧି କରିଥିବା କମ୍ପାନୀର ସିଓଓ ପ୍ରବିଣ ରାଓ କହିଛନ୍ତି । ସେହିପରି ୱିପ୍ରୋ ଆସନ୍ତା ଆର୍ଥିକ ବର୍ଷରେ ୨୫ ହଜାର ଫ୍ରେଶର୍ସଙ୍କୁ ହାୟର କରିବ ବୋଲି କହିଛନ୍ତି କମ୍ପାନୀର ସିଇଓ ଓ ଏମଡି ଥିଏରି ଡେଲାପୋର୍ଟେ । ଏଚସିଏଲ ଟେକ୍ ମଧ୍ୟ ଏହି ନିଯୁକ୍ତି ଦୌଡ଼ରୁ ବାଦ୍ ପଡ଼ିନାହିଁ । ଚଳିତ ବର୍ଷ ଏଚସିଏଲ ୨୦-୨୨ ହଜାର ଫେଶ୍ ଗ୍ରାଜୁଏଟ୍ସଙ୍କୁ ନିଯୁକ୍ତି ଦେବାକୁ ପ୍ଲାନ କରିଥିବା ବେଳେ ଆସନ୍ତା ବର୍ଷ ୩୦ ହଜାର ଫେସର୍ଶଙ୍କୁ ଚାକିରି ଦେବ ବୋଲି କମ୍ପାନୀର ମ୍ୟାନେଜପେଣ୍ଟ ଘୋଷଣା କରିଛି ।

Get real time updates directly on you device, subscribe now.