fbpx

ପଞ୍ଜାବ ନାଟକରେ ଯବନିକା: ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ନାଟକରେ ପଡିଛି ଯବନିକା । ଶୁକ୍ରବାର ନଭଜୋତ ସିଂ ସିଦ୍ଧୁ ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏହା ସହିତ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବରେ ସିଦ୍ଧୁ ନିଜର କାର୍ଯ୍ୟ ପୁନର୍ବାର ଆରମ୍ଭ କରିବେ ବୋଲି ଜଣାପଡିଛି । ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସିଦ୍ଧୁ ନିଜ ଇସ୍ତଫା ଫେରସ୍ତ କରିବା ନେଇ ଘୋଷଣା କରିଛନ୍ତି ।

ପଞ୍ଜାବ ଦାୟିତ୍ୱରେ ରହିଥିବା ହରିଶ ରାୱତ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । ସିଦ୍ଧୁ ନିଜର ସମସ୍ତ ସମସ୍ୟା ରାହୁଲ ଗାନ୍ଧୀଙ୍କ ସହିତ ଆଲୋଚନା କରିଥିଲେ । ରାହୁଲ ଗାନ୍ଧୀଙ୍କ ନିକଟରୁ ଆଶ୍ୱାସନା ପରେ ସିଦ୍ଧୁ ନିଜ ଇସ୍ତଫା ପ୍ରତ୍ୟାହାର କରିଥିବା ଜଣାପଡିଛି ।

Get real time updates directly on you device, subscribe now.