fbpx

ବଡ଼ ଖବର: ଖୁବଶୀଘ୍ର ବଦଳିଯିବ ଫେସବୁକର ନାଁ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: Facebook Inc କମ୍ପାନୀକୁ ଏକ ନୂତନ ନାମ ସହିତ ରିବ୍ରାଣ୍ଡ୍ କରିବାକୁ ଯୋଜନା କରୁଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଫେସବୁକ ଆସନ୍ତା ସପ୍ତାହରେ ଏହାର କମ୍ପାନୀର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି । ଅକ୍ଟୋବର ୨୮ ରେ କମ୍ପାନୀର ବାର୍ଷିକ କନେକ୍ଟ ସମ୍ମିଳନୀରେ ଫେସ ବୁକ ସିଇଓ ମାର୍କ ଜୁକରବର୍ଗ ନୂଆ ନାଁର ଘୋଷଣା କରିପାରନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ଫେସବୁକ୍ ଆପ ଭଳି ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଆଦିର ନାଁକୁ ନେଇ ବଡ଼ ଘୋଷଣା ହୋଇପାରେ । କିନ୍ତୁ ଏହି ରାପୋର୍ଟ ସମ୍ବନ୍ଧରେ ଫେସବୁକ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ ।

ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଧିକ ମାନ୍ୟତା ପାଇବାକୁ କମ୍ପାନୀ ଏଭଳି ପଦକ୍ଷେପ ନେବାକୁ ଯାଉଛି ବୋଲି କୁହାଯାଉଛି । ଅନ୍ୟପକ୍ଷେ ଫେସବୁକ ମୁଖପାତ୍ର କିନ୍ତୁ ମନ୍ତବ୍ୟ ଦେବାକୁ ମନା କରିବା ସହ କହିଛନ୍ତି ଯେ ଗୁଜବ କିମ୍ବା କଳ୍ପନା ଜଳ୍ପନ। ଉପରେ କମ୍ପାନୀ କୌଣସିି ମନ୍ତବ୍ୟ ଦେବନାହିଁ ।

ଅକ୍ଟୋବର ୧୮ ରେ, ଫେସବୁକ କହିଛି ଯେ ମେଟାଭର୍ସ ନିର୍ମାଣରେ ସହାୟତା କରିବାକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୟୁରୋପୀୟ ୟୁନିଅନରେ ୧୦,୦୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଛି । କେବଳ ଫେସବୁକ୍ ନୁହେଁ, ବରଂ ଅନେକ ବଡ଼ ବଡ଼ ଟେକ୍ କମ୍ପାନୀ ମେଟାଭର୍ସରେ ନିବେଶ କରୁଛନ୍ତି ।

Get real time updates directly on you device, subscribe now.