fbpx

ନୂଆ ଚାଲ୍‌ ଖେଳିଲା ଡ୍ରାଗନ୍‌: ଚୀନ୍‌ରେ ପାରିତ ହେଲା ନୂଆ ‘ଲ୍ୟାଣ୍ଡ ବର୍ଡର ଲ’, ସୀମା ବିବାଦ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଭିତରେ ଚୀନ୍‌ ନୂଆ ଚାଲ୍‌ ଖେଳି ନୂଆ ଆଇନ୍‌ ପାରିତ କରିଛି । ପାରିତ କରିଛି ନୂଆ ‘ଭୂମି ସୀମା ଆଇନ୍‌ ତଥା ଲ୍ୟାଣ୍ଡ ବର୍ଡର ଲ’ । ଏହାର ପ୍ରଭାବ ଭାରତ ସହ ବେଜିଂର ସୀମା ବିବାଦ ଉପରେ ପଡିପାରେ । ନ୍ୟୁଜ୍‌ ଏଜେନ୍ସି ଶିନ୍‌ହୁଆର ରିପୋର୍ଟ ମୁତାବକ, ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନ୍‌ପିସି) ର ସ୍ଥାୟୀ କମିଟି ସଦସ୍ୟମାନେ ସଂସଦର ସମାପନ ବୈଠକରେ ଏହି ଆଇନକୁ ଅନୁମୋଦନ କରିଛନ୍ତି । ଏହି ନିୟମ ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଲାଗୁ ହେବ ।

ଆଇନ ଅନୁଯାୟୀ, ପିୁଲ୍ସ ରିବ୍ଲିକ୍‌ ଅଫ୍‌ ଚାଇନାର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପବିତ୍ର । ସୀମା ସୁରକ୍ଷାକୁ ମଜବୁତ କରିବା, ଅର୍ଥନୈତିକ ଏବଂ ସାମାଜିକ ବିକାଶକୁ ସୁଦୃଢ଼ କରିବା, ସୀମା ଅଞ୍ଚଳକୁ ଖୋଲିବା, ଜନସାଧାରଣଙ୍କ ସେବା ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା, ଏହାକୁ ପ୍ରୋତ୍ସାହନ ଏବଂ ସେଠାକାର ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଦେଶ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଦେଶ ସମାନତା, ପାରସ୍ପରିକ ବିଶ୍ୱାସ ଏବଂ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତାର ନୀତି ପାଳନ କରୁଥିବା ପଡୋଶୀ ଦେଶମାନଙ୍କ ସହିତ ଭୂମି ସୀମା ସମସ୍ୟାର ମୁକାବିଲା କରିବ ଏବଂ ଦୀର୍ଘ ବିଚାରାଧୀନ ସୀମା ବିବାଦ ଏବଂ ବିବାଦର ସଠିକ୍‌ ସମାଧାନ ପାଇଁ ଆପୋଷ ଆଲୋଚନାର ସାହାରା ନେବ ବୋଲି ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.