fbpx

ଲଞ୍ଚ ହେଲା ଭାରତର ପ୍ରଥମ ‘Skill Impact Bond’: ନିଯୁକ୍ତି ପାଇବେ ୫୦ ହଜାର ଯୁବକ, ଯୁବତୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ଭାରତରେ ଦକ୍ଷତା ବିକାଶ ପାଇଁ ‘ଇମ୍ପାକ୍ଟ ବଣ୍ଡ’ ଲଞ୍ଚ କରାଯାଇଛି । ବିଶ୍ୱସ୍ତରୀୟ ପାର୍ଟନରଙ୍କ ସହଯୋଗରେ ଏଥିରେ ପ୍ରାୟ ୧ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରାଯାଇଥିବା ବେଳେ ୫୦ ହଜାର ଯୁବକ, ଯୁବତୀଙ୍କୁ ଏହା ନିଯୁକ୍ତି ପ୍ରଦାନ କରିବ ବୋଲି କୁହାଯାଇଛି । ଏନଏଡିସି ବ୍ୟତୀତ ଏଥିରେ ଏସଆରଏଚ ପ୍ରିନ୍ସ ଚାର୍ଲ୍ସସ ବ୍ରିଟିଶ ଏସିଆନ ଟ୍ରଷ୍ଟ, ଦି ମାଇକେଲ ଆଣ୍ଡ ସୁସାନ ଡେଲ ଫାଉଣ୍ଡେସନ (ଏମଏସଡିଏଫ), ଦି ଚିଲଡ୍ରେନସ ଇନଭେଷ୍ଟମେଣ୍ଟ ଫଣ୍ଡ ଫାଉଣ୍ଡେସନ (ସିଆଇଏଫଏଫ), ଏସଏସବିସି ଇଣ୍ଡିଆ, ଜେଏସଡବ୍ଲ୍ୟୁ ଫାଉଣ୍ଡେସନ ଆଣ୍ଡ ଦୁବାଇ କେୟାର୍ସ, ବ୍ରିଟେନର ଏଫସିଡିଓ ଓ ୟୁଏସଏଆଇଡି ପ୍ରମୁଖ ଏଥିରେ ପାର୍ଟନର ରହିଛନ୍ତି ।

ତେବେ ଏନଏସଡିସି ଓ ଏମଏସଡିଏଫ ଚାରି ବର୍ଷ ପାଇଁ ଇମ୍ପାକ୍ଟ ବଣ୍ଡ ପାଇଁ ୩୦ କୋଟି ଅର୍ଥ ରାଶି ସହାୟତା କରିଛନ୍ତି । ଚାରି ବର୍ଷ ମଧ୍ୟରେ ଏଥିରେ ୫୦ ହଜାର ଯୁବକ ଓ ଯୁବତୀ ଲାଭାନ୍ୱିତ ହେବାର ଅନୁମାନ କରାଯାଉଛି । ତେବେ ସ୍କିଲ ଇମ୍ପାକ୍ଟ ବଣ୍ଡରେ ୬୦ ପ୍ରତିଶତ ମହିଳା ଓ ଯୁବତୀଙ୍କୁ ସୁବିଧା ପ୍ରଦାନ ନେଇ ଲକ୍ଷ୍ୟ ରଖାଯାଇଛି । ଫଳରେ ମହିଳା ଓ ଯୁବତୀମାନେ ତାଲିମ ନେଇ ଖୁଜୁରା ବଜାର, ସ୍ୱାସ୍ଥ୍ୟ ଓ ଅନ୍ୟ ବ୍ୟବସାୟିକ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ । ତେବେ ଏନେଇ ଏନଏସଡିସି ଅଧ୍ୟକ୍ଷ ଏଏମ ନାଇକ କହିଛନ୍ତି ଯେ, ଏହି ଯୋଜନା ବିଶେଷ ଭାବେ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ । ଏନସିଡିସି ଓ ବିଶ୍ୱସ୍ତରୀୟ ସଂଗଠନର ସହାୟତାରେ ସ୍କିଲ ଇମ୍ପାକ୍ଟ ବଣ୍ଡ ଭାରତରେ ଦକ୍ଷତା ବିକାଶ ନେଇ ପ୍ରୟାସ ଜାରି ରହିଛି । ଯୁବକଙ୍କ ରୋଜଗାର ସମସ୍ୟାକୁ ହ୍ରାସ କରିବା ଓ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.