fbpx

ଧାର୍ମିକସ୍ଥାନରେ ପ୍ରେମିକା ସହ ଅଶ୍ଳୀଳ ପ୍ରାଙ୍କ୍ କରୁଥିଲା ଯୁବକ, ପରେ ଭୋଗିବାକୁ ପଡିଲା ଏପରି ଦଣ୍ଡ

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଡ୍ୟାନ୍ସ, କମେଡି ଓ ପ୍ରାଙ୍କ୍ କରିବାରେ ଲାଗିପଡିଛନ୍ତି । କିନ୍ତୁ ତାଜିକିସ୍ତାନର ଜଣେ ଜଣାଶୁଣା ପ୍ରାଙ୍କଷ୍ଟାର୍ ରୁସଲାନ୍ ମରୋଡଜୋଞ୍ଜୋଡାଙ୍କ ଏକ ମଜାକ୍ ତାଙ୍କୁ ବହୁତ ମହଙ୍ଗା ପଡିଛି । ରୁଷର ଏକ ଧାର୍ମିକ ସ୍ଥାନରେ ପ୍ରାଙ୍କ ଭିଡିଓ କରିବା ଯୋଗୁଁ ତାଙ୍କୁ ୧୦ ମାସ ଜେଲଦଣ୍ଡ ଭୋଗିବାକୁ ପଡିଛି । ଏବେ ସେ ଜେଲରେ ବନ୍ଦୀଭାବେ ଅଛନ୍ତି ଓ ଦଣ୍ଡ ସରିବାର ଅପେକ୍ଷା କରୁଛନ୍ତି ।

ତେବେ ତାଜିକିସ୍ତାନର ଏହି ପ୍ରାଙ୍କଷ୍ଟାର ସୋସିଆଲ ମିଡିଆରେ ରୁସଲାନ ବେବିଏଭଙ୍କ ନାମରେ ବହୁତ ପ୍ରସିଦ୍ଧ । ସେ ରୁଷର ଅତି ପ୍ରସିଦ୍ଧ ରେଡ୍ ସ୍କୋୟାରରେ ସେଣ୍ଟ୍ ବେସିଲ୍ ଚର୍ଚ୍ଚ ସମ୍ମୁଖରେ ଏକ ଅଶ୍ଳୀଳ ଭିଡିଓ କରିଥିଲେ । ଏହି ଭିଡିଓରେ ରୁସଲାନ୍ ପୋଲିସ୍ ଜ୍ୟାକେଟ୍ ପିନ୍ଧିଥିଲେ । ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ ଓ ପରେ ଏହା ଭାଇରାଲ ହୋଇଥିଲା । ଭିଡିଓ ଦେଖିବା ପରେ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଧାର୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗରେ ରୁସଲାନଙ୍କୁ ଜେଲରେ ପୁରାଇଥିଲା ପୋଲିସ ।

ଏହି ମାମଲାରେ ପ୍ରାଙ୍କଷ୍ଟାରଙ୍କୁ ୧୦ ମାସ ଜେଲରେ ରଖାଯାଇଛି । ଖବର ମୁତାବକ, ଏହି ପ୍ରାଙ୍କରେ ରୁସଲାମଙ୍କ ପ୍ରେମିକା ଆଣ୍ଠୁମାଡି ଚର୍ଚ୍ଚ ଆଗରେ ଅଭିନୟ କରୁଥିଲେ । ଭିଡିଓ ଅପଲୋଡର କିଛି ସମୟ ମଧ୍ୟରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଲୋକମାନେ ରାଗରେ ଆସି ଅନେକ କମେଣ୍ଟ ଦେଇଥିଲେ । ଘଟଣାକୁ ନେଇ ପୋଲିସ ରୁସଲାମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଭିଡିଓକୁ ନେଇ ଦୁହେଁ ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ । କିନ୍ତୁ କୋର୍ଟଙ୍କ କହିବା ମୁତାବକ, ‘ଏହି କାମ ସମାଜ ପ୍ରତି ଏକ ଅସମ୍ମାନ ଅଟେ ।’

Get real time updates directly on you device, subscribe now.