fbpx

ତ୍ରିପୁରାରେ ଓଡ଼ିଶା ସାମ୍ବାଦିକା ଗିରଫ, ହିଂସାକୁ ଉସୁକାଇଥିବା ନେଇ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିପୁରାରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ହୋଇଥିବା ହିଂସା ମାମଲାରେ ୨ ମହିଳା ସାମ୍ବାଦିକାଙ୍କୁ ଗିରଫ କରିଛି ପୋଲିସ । ୨ ସାମ୍ବାଦିକାଙ୍କୁ ଛାଡିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିବାରେ ଲାଗିଛି । ସାମ୍ପ୍ରଦାୟିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ପୋଲିସ ଏହି ୨ ସାମ୍ବାଦିକାଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଝାରସୁଗୁଡାର ସାମ୍ବାଦିକା ସମୃଦ୍ଧି ସାକୁନିଆ ଓ ଦିଲ୍ଲୀର ସ୍ୱର୍ଣ୍ଣ ଝା । ସାମ୍ପ୍ରଦାୟିକ ହିଂସାବେଳେ ଭଙ୍ଗା ମସଜିଦ୍ ଓ ମୁସଲମାନଙ୍କ ସମ୍ପତ୍ତି ନଷ୍ଟ ହେଉଥିବା ଭଳି କିଛି ଭିଡିଓ ସେମାନେ ଟ୍ୱିଟ୍ କରିଥିବା ଅଭିଯୋଗ ହୋଇଛି ।

କୁହାଯାଉଛି ଯେ, ଏକ ସ୍ଥାନୀୟ ହିନ୍ଦୁ ସଙ୍ଗଠନର ଅଭିଯୋଗ ଅନୁସାରେ ୨ ସାମ୍ବାଦିକାଙ୍କୁ ଗିରଫ କରିଛି ତ୍ରିପୁରା ପୋଲିସ । ଶନିବାର ଦିନ ଏମାନେ ରହୁଥିବା ହୋଟେଲରେ ପ୍ରଥମେ ପୋଲିସ ଅଟକ ରଖିଥିଲା ଓ ପରେ ରବିବାର ଦିନ ଛାଡି ଦେଇଥିଲେ ବି ପୁଣି ଆସାମରେ ଉଭୟଙ୍କୁ ଅଟକ ରଖି ତ୍ରିପୁରା ପୋଲିସଙ୍କୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ ତ୍ରିପୁରା ପୋଲିସର ପଦକ୍ଷେପକୁ ନିନ୍ଦା କରିଛି ଏମାନେ କାମ କରୁଥିବା ସଂସ୍ଥା । ୨ ସାମ୍ବାଦିକ କେବଳ ଘଟଣା ସମ୍ପର୍କରେ ରିପୋଟିଂ କରୁଥିବା ସଂସ୍ଥା କହିଛି । ଏହା ପରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଏମାନଙ୍କ ଗିରଫଦାରୀକୁ ନେଇ ନିନ୍ଦା କରାଯାଇଛି ।

ତ୍ରିପୁରା ପୋଲିସର କହିବା ମୁତାବକ, ସମୃଦ୍ଧି ସକୁନିୟାଙ୍କ ଟ୍ୱିଟ୍ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଏହି ଟୁଇଟ୍‌ରେ ସେ ଏକ ଘରୋଇ ଘରର ପ୍ରାର୍ଥନା ହଲ୍‌କୁ ଦରପୋଡା ଅବସ୍ଥାରେ ଦର୍ଶାଯାଇଛି। ଏଥିରେ କରୋନାକୁ ମଧ୍ୟ ଜାଳାଇ ଦିଆଯାଇଥିବା ଦାବି କରାଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଧାର୍ମିକ ଦସ୍ତାବିଜ ଜାଳିବା ନେଇ କୌଣସି ପ୍ରମାଣ ମିଳିନଥିବା ପୋଲିସ କହିଛି।

Get real time updates directly on you device, subscribe now.