fbpx

ମାତ୍ର ୨୦ ଟଙ୍କିଆ ଶେୟାର ବନାଇଦେଲା କୋଟିପତି, ରାତାରାତି ନିବେଶକ ହେଲେ ମାଲାମାଲ

ନୂଆଦିଲ୍ଲୀ: ଯଦି ଆପଣମାନେ ଶେୟାର ବଜାରରୁ ପ୍ରଫିଟ ପାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ । ଧୈର୍ଯ୍ୟ ବଳରେ ଆପଣ ସ୍ୱଳ୍ପ ଆମାଉଣ୍ଟର ଅର୍ଥ ନିବେଶ କରି ଶାନଦାର ରିଟର୍ଣ୍ଣ ପାଇପାରିବେ । ଏପରି କିଛି ଘଟିଛି ଭାରତ ରସାୟନର ଶେୟାର ସହିତ । ମାତ୍ର ୨୦ ଟଙ୍କିଆ ଶେୟାର ମୂଲ୍ୟରେ ୫୦୦ ଗୁଣା ବୃଦ୍ଧି ପାଇବା ଫଳରେ ନିବେଶକମାନେ କୋଟିପତି ପାଲଟି ଯାଇଛନ୍ତି ।

ଯେଉଁ ନିବେଶକମାନେ ଭାରତ ରସାୟନର ଶେୟାର ଉପରେ ଭରସା କରିଥିଲେ, ସେମାନେ ଆଜି ଅପେକ୍ଷାର ଫଳ ପାଇଛନ୍ତି । ୨୦ ବର୍ଷ ପୂର୍ବରୁ ଭାରତ ରସାୟନର ଗୋଟିଏ ଶେୟାରର ମୂଲ୍ୟ ମାତ୍ର ୨୦ ଟଙ୍କା ଥିଲା । ଆଜି ଏହାର ମୂଲ୍ୟ ବୃଦ୍ଧି ପାଇଁ ୯୮୯୫ ଟଙ୍କାରେ ପହଞ୍ଚିଛି । ଏହି ଅବଧି ମଧ୍ୟରେ କମ୍ପାନୀର ଶେୟାର ୫୦୦ ଗୁଣ ବଢ଼ିଯାଇଥିବାରୁ ଯେଉଁମାନେ ଧୈର୍ଯ୍ୟ ଧରି ରହିଥିଲେ ସେମାନେ ମାଲାମାଲା ହୋଇଯାଇଛନ୍ତି । ଗତ ୬ ମାସ ମଧ୍ୟରେ କମ୍ପାନୀର ଶେୟାରରେ ନିମ୍ନମୁଖୀ ଦେଖିବାକୁ ମିଳିଥିଲା । ଏହି ସମୟରେ କମ୍ପାନୀର ଶେୟାର ମୂଲ୍ୟ ୧୨,୬୮୨ରୁ ହ୍ରାସ ପାଇ ୯୯୮୫ରେ ପହଞ୍ଚି ଯାଇଥିଲା । ଅନ୍ୟପକ୍ଷରେ ଗତ ୫ ବର୍ଷ ମଧ୍ୟରେ ଶେୟାର ମୂଲ୍ୟରେ ୪୨୫ ଗୁଣ ବୃଦ୍ଧି ଦେଖିବାକୁ ମିଳିଥିଲା । ତେବେ ଯେଉଁ ନିବେଶକମାନେ ୬ ମାସ ପୂର୍ବରୁ ୨୦ ହଜାର ଟଙ୍କା ନିବେଶ କରିଥିବେ, ଆଜି ସେମାନେ କ୍ଷତି ସହିଥିବେ । ମାତ୍ର ୨୦ ବର୍ଷ ପୂର୍ବରୁ ୨୦ ହଜାର ଟଙ୍କା ନିବେଶ କରିଥିବା ନିବେଶକଙ୍କ ରିଟର୍ଣ୍ଣ ଆଜି ୧ କୋଟିରେ ପହଞ୍ଚିବା ସହ ସେ ନିଜର କିସ୍ମତ ପରିବର୍ତ୍ତନ କରିପାରିଥିବେ ।

Get real time updates directly on you device, subscribe now.