• Likes
  • Followers
  • Subscribers
  • Followers
  • Android App
  • Tuesday, July 1, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ନୂଆ ନିୟମ ଲାଗୁ କଲା EPFO: ଏଣିକି ଚାକିରି ଯେତେଥର ବଦଳାଇଲେ ବି ଗୋଟିଏ PF ଆକାଉଣ୍ଟ ରହିବ

ନୂଆ ନିୟମ ଲାଗୁ କଲା EPFO: ଏଣିକି ଚାକିରି ଯେତେଥର ବଦଳାଇଲେ ବି ଗୋଟିଏ PF ଆକାଉଣ୍ଟ ରହିବ

By Manas Pradhan Last updated Nov 21, 2021 at 9:07 AM
Share

ନୂଆଦିଲ୍ଲୀ: ଦେଶର ୫ କୋଟିରୁ ଅଧିକ ଇପିଏଫ୍ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର । ଏଣିକି ଉପଭୋକ୍ତା ଚାକିରି ଯେତେ ବଦଳାଇଲେ ବି ସେମାନଙ୍କର ପିଏଫ୍ ଆକାଉଣ୍ଟ ସ୍ଥାନାନ୍ତର କରିବାକୁ ପଡ଼ିବ ନାିହଁ । ଚାକିରି ପରିବର୍ତ୍ତନ କରିବା ପରେ ପୁରୁଣା ଆକାଉଣ୍ଟ ନୂଆ ପିଏଫ୍ ଆକାଉଣ୍ଟରେ ଆପେଆପେ ମିଶିଯିବ । ସେହିପରି ପୁରୁଣା ଆକାଉଣ୍ଟରେ ଥିବା ସମସ୍ତ ଅର୍ଥ ମଧ୍ୟ ନୂଆ ଆକାଉଣ୍ଟକୁ ଚାଲିଆଯିବ । ଯଦି ଖାତାଧାରୀ ଚାହିଁବେ, ତେବେ ସେମାନଙ୍କର ପୁରୁଣା ଆକାଉଣ୍ଟକୁ ନୂଆ ଚାକିରିରେ ବି ଜାରି ରଖିପାରିବେ । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ତେବେ ଏଥିପାଇଁ ଏକ କେନ୍ଦ୍ରୀକୃତ ଆଇଟି ବ୍ୟବସ୍ଥା ନିର୍ମାଣ ନିମନ୍ତେ ମଞ୍ଜୁରୀ ପ୍ରଦାନ କରାଯିବା ସହ ଇପିଏଫଓର ନିବେଶ କମିଟିକୁ ଅଧିକ କ୍ଷମତା ପ୍ରଦାନ ନେଇ ନିଷ୍ପତ୍ତି ହୋଇଛି । ସାମାଜିକ ସୁରକ୍ଷା କୋଡ୍ ଲାଗୁ କରିବା ଓ ସଦସ୍ୟଙ୍କ ପେନସନ ବଢ଼ାଇବା ପାଇଁ ଏକ କମିଟି ଗଠନ ହେବ ବୋଲି ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିବିଟି ବୈଠକରେ ସ୍ଥିରୀକୃତ ହୋଇଛି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅନୁଯାସାରେ କୋଭିଡ-୧୯ ସମୟରେ ଉପଭୋକ୍ତାଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ ପାଇଁ ଏକ ସ୍ୱତନ୍ତ୍ର ଉଠାଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ସେଥିପାଇଁ ଆଇନରେ କିଛିମାତ୍ରାରେ ସଂଶୋଧନ କରାଯାଇଥିଲା । ସଂଶୋଧନ ଅନୁଯାୟୀ, ୩ ମାସ ପାଇଁ ମୂଳ ବେତନ ଓ ମହଙ୍ଗା ଭତ୍ତାର ସୀମା ପର୍ଯ୍ୟନ୍ତ ଅଥବା ଇପିଏଫ୍ ଆକାଉଣ୍ଟରେ ସଦସ୍ୟଙ୍କ ମୋଟ ରାଶିର ୭୫% ପର୍ଯ୍ୟନ୍ତ ପାଣ୍ଠି ଉଠାଯାଇ ପାରିବାର ବ୍ୟବସ୍ଥା ହୋଇଥିଲା । ଏହାଛଡ଼ା ଉପଭୋକ୍ତାମାନେ ଯେ କୌଣସି ସ୍ୱଳ୍ପ ଅର୍ଥରାଶି ଉଠାଣ ପାଇଁ ମଧ୍ୟ ଆବେଦନ କରିପାରିବେ ବୋଲି କୁହାଯାଇଥିଲା ।

Share

Prev Post

ଆନ୍ଧ୍ରରେ ବନ୍ୟା ବିତ୍ପାତ, ମୃତ୍ୟୁ ସଂଖ୍ୟା ୨୪ ଛୁଇଁଲା; ଅନେକ ସଂଖ୍ୟାରେ ନିଖୋଜ

Next Post

ଲୋକପ୍ରିୟ ଚା’ ଦୋକାନୀ ଆର.ବିଜୟନଙ୍କ ପରଲୋକ, ବିଦେଶ ବୁଲିବା ନିଶା ପାଇଁ ଚର୍ଚ୍ଚାକୁ ଆସିଥିଲେ…

You might also like More from author
Breaking News

ବଢ଼ିଲା ଟ୍ରେନ୍ ଟିକଟ ମୂଲ୍ୟ, ଜାଣନ୍ତୁ କେତେଦୂର ଯାତ୍ରା କଲେ ପଡ଼ିବନି ମହଙ୍ଗା ଟିକଟ

Breaking News

(Video) ତେଲଙ୍ଗାନାରେ ବଡ଼ ଅଘଟଣ: ରସାୟନିକ ବିସ୍ଫୋରଣରେ ଉଡ଼ିଗଲା ଛାତ, ଚାଲିଗଲା ୪୨ଜଣଙ୍କ ଜୀବନ

Featured

ଚାଷୀଙ୍କ ପାଇଁ ଖୁସି ଖବର, ଧାନ ଗହମ ପରି MSPରେ ବିକ୍ରି ହେବ ପନିପରିବା

Top Stories

AE Jobs 2025: ଆସିଷ୍ଟେଣ୍ଟ ପ୍ରଫେସର ହେବାର ସୁବର୍ଣ୍ଣ ସୁଯୋଗ, ଏପରି ଶୀଘ୍ର ଆବେଦନ କରନ୍ତୁ

Top Stories

ଟ୍ରମ୍ପଙ୍କୁ ମସ୍କଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ବିଗ୍ ବିୟୁଟିଫୁଲ ବିଲ୍ ପାରିତ ହେଲେ ପରଦିନ ନୂଆ ଦଳ…

Featured

ଫୋନ ଷ୍ଟୋରେଜ ଫୁଲ ହୋଇଯାଉଛି କି? ଏଥିପାଇଁ କେବଳ ହ୍ୱାଟ୍ସଆପ୍ ଦାୟୀ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ବଢ଼ିଲା ଟ୍ରେନ୍ ଟିକଟ ମୂଲ୍ୟ, ଜାଣନ୍ତୁ କେତେଦୂର…

(Video) ତେଲଙ୍ଗାନାରେ ବଡ଼ ଅଘଟଣ: ରସାୟନିକ…

ଚାଷୀଙ୍କ ପାଇଁ ଖୁସି ଖବର, ଧାନ ଗହମ ପରି MSPରେ…

AE Jobs 2025: ଆସିଷ୍ଟେଣ୍ଟ ପ୍ରଫେସର ହେବାର…

ଟ୍ରମ୍ପଙ୍କୁ ମସ୍କଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ…

ଫୋନ ଷ୍ଟୋରେଜ ଫୁଲ ହୋଇଯାଉଛି କି? ଏଥିପାଇଁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବଢ଼ିଲା ଟ୍ରେନ୍ ଟିକଟ ମୂଲ୍ୟ, ଜାଣନ୍ତୁ କେତେଦୂର…

(Video) ତେଲଙ୍ଗାନାରେ ବଡ଼ ଅଘଟଣ: ରସାୟନିକ…

ଚାଷୀଙ୍କ ପାଇଁ ଖୁସି ଖବର, ଧାନ ଗହମ ପରି MSPରେ…

AE Jobs 2025: ଆସିଷ୍ଟେଣ୍ଟ ପ୍ରଫେସର ହେବାର…

Prev Next 1 of 27,018
© 2025 - TK Digital All Rights Reserved.