fbpx

ଏହି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସିଖବର; ମିଳୁଛି ୯ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକଙ୍କ ସହିତ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ବିଗିଡିଛି, ଯାହାକୁ ଏବେ ପୂରଣ କରିବାକୁ ଚେଷ୍ଟା ଚାଲିଛି । ଆର୍ଥିକ ସଙ୍କଟର ମୁକାବିଲା କରିବା ପାଇଁ ସରକାରୀ ଓ ବେସରକାରୀ ସଂସ୍ଥା ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଆଗକୁ ଆସୁଛନ୍ତି । ଏହାରି ମଧ୍ୟରେ ଯଦି ଆପଣ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ ।

ଦେଶର ବଡ ବ୍ୟାଙ୍କଗୁଡିକ ମଧ୍ୟରେ ଗଣାଯାଉଥିବା ପିଏନବି ଲୋକମାନଙ୍କୁ ବଡ଼ ଲାଭ ଦେଉଛି । ପିଏନବି ଏହାର ଆକାଉଣ୍ଟଧାରୀମାନଙ୍କୁ ଏକ ବଡ଼ ଅଫର ଦେଉଛି, ଯାହାଦ୍ୱାରା ଆପଣ ଘରେ ବସି ୧୦ ଲକ୍ଷ ଟଙ୍କାର ଉଠାଇ ପାରିବେ । ଗ୍ରାହକଙ୍କୁ ବ୍ୟାଙ୍କ ଦ୍ୱାରା ବିଭିନ୍ନ ପ୍ରକାରର କ୍ରେଡିଟ୍ କାର୍ଡ ଯୋଗାଇ ଦିଆଯାଉଛି ।

ତେବେ ଆସନ୍ତୁ ଜାଣିବା ବ୍ୟାଙ୍କର ରୁପେ ସିଲେକ୍ଟ କ୍ରେଡିଟ୍ କାର୍ଡ ବିଷୟରେ, ଯେଉଁଥିରେ ଆପଣ କିଣାକିଣି କରିବା ସହିତ ହେଲଥ ଚେକଅପ୍ ପ୍ୟାକେଜ୍, ୧୦ ଲକ୍ଷ ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ ବୀମା, ଘରୋଇ ଏବଂ ଆନ୍ତର୍ଜାତୀୟ ଲାଉଞ୍ଜ ପ୍ରୋଗ୍ରାମ ଓ କ୍ୟାସବ୍ୟାକ୍ ସମେତ ଅନେକ ସୁବିଧା ମିଳିବ । ପିଏନବି ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସୂଚନା ଦେଇଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲର ଟ୍ୱିଟରେ ଲେଖିଛି ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ରୁପେ ସିଲେକ୍ଟ କ୍ରେଡିଟ କାର୍ଡ ମାଧ୍ୟମରେ ଖୁସି ଅନୁଭବ କରନ୍ତୁ । ଏଥିରେ, ଆପଣ ଅନେକ ସ୍ୱତନ୍ତ୍ର ଅଫର ଓ ରିହାତିର ଲାଭ ପାଇପାଇବେ । ଏହା ବ୍ୟତୀତ ଏହି କାର୍ଡ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ସବିଶେଷ ବିବରଣୀ ଜାଣିପାରିବେ ।

Get real time updates directly on you device, subscribe now.