ଏସବିଆଇ ଉପରେ ଆରବିଆଇର କଡା ଆଭିମୁଖ୍ୟ, ଲଗାଇଲା ୧ କୋଟି ଜରିମାନା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ବ୍ୟାଙ୍କଗୁଡିକ ଉପରେ କଠୋର ଆଭିମୁଖ୍ୟ ଜାରି ରହିଛି। ସର୍ବଦା ନିୟମ ଉଲ୍ଲଂଘନ କାରଣରୁ ଆରବିଆଇ, ବ୍ୟାଙ୍କ ଉପରେ ଜରିମାନା ଲଗାଇଥାଏ। ଏହି କ୍ରମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଆରବିଆଇ) ଉପରେ ଏକ କୋଟି ଟଙ୍କାର ଜରିମାନା ଲଗାଇଛି ଆରବିଆଇ। ନିୟମ କାନୁନ ପାଳନ ନକରିବା କାରଣରୁ ଏସବିଆଇ ଉପରେ ଏହି ଜରିମାନା ଲଗାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଆର୍ଥିକ ସ୍ଥିତି ସଂଦର୍ଭରେ ୨୦୧୮ ମାର୍ଚ୍ଚ ୩୧ ଏବଂ ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ ଏସବିଆଇର କାର୍ଯ୍ୟଶୈଳୀର ମୂଲ୍ୟାଙ୍କନ କରାଯିବା ସହ ନୀରିକ୍ଷଣ କରାଯାଇଥିଲା।
ଯାଞ୍ଚରୁ ଜଣା ପଡିଥିଲା ଯେ, ଏସବିଆଇ ବ୍ୟାଙ୍କିଙ୍ଗ ବିନିମୟମ ଅଧିନିୟମର ଏକ ପ୍ରାବଧାନର ଉଲ୍ଲଂଘନ କରିଛି। ଏସବିଆଇ ଉଧାର ନେଇଥିବା କମ୍ପାନୀର ସେୟାର ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ଟଙ୍କାର ସେୟାର ବନ୍ଧାରେ ରଖିଥିଲା। ଏହି ଘଟଣାରେ ଆରବିଆଇ ଏସବିଆଇକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ବ୍ୟାଙ୍କର ଜବାବ ଉପରେ ବିଚାର କରି କୋଟିଏ ଆରବିଆଇ ଟଙ୍କାର ଜରିମାନା ଲଗାଇଛି।