fbpx

ଚିନ୍ତା ହେଲା ଦୂର: ପୁଲିସ କର୍ମଚାରୀଙ୍କୁ ମିଳିବ ଘର, ଜାଣନ୍ତୁ କଣ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଘର ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନି । ପୂର୍ବରୁ ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳରେ ସରକାରୀ ଘର ଅଭାବରୁ ଘର ଭଡ଼ା ପାଇଁ ନୟାନ୍ତ ହେଉଥିଲେ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ, କିନ୍ତୁ ସେ ଚିନ୍ତା ଏବେ ଦୂର କରିଛନ୍ତି ରାଜ୍ୟ ସରକାର । ଏବେ ନିଜ ଥାନା ଅଞ୍ଚଳରେ ଘର ଯୋଗାଇ ଦିଆଯିବ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫୦୪ ପୁଲିସ କ୍ବାର୍ଟର୍‌ର ଭିତ୍ତିପ୍ରସ୍ଥର ସ୍ଥାପନ କରି ଏଭଳି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ପୁଲିସ ଅଧିକାରୀଙ୍କୁ କ୍ବାର୍ଟର୍ସ ଯୋଗାଇ ଦିଆଯିବ । ଯେଉଁଥିରେ ମୋଟ୍‌ ପ୍ରକଳ୍ପର ଏକ-ତୃତୀୟାଂଶ କନଷ୍ଟେବଳ ଏବଂ ହେଡ୍‌-କନଷ୍ଟେବଳଙ୍କୁ ଦିଆଯିବ ।

ସେହିପରି ଆଇଆଇସି, ଏସ୍‌ଆଇ, ଏଏସ୍‌ଆଇସ୍ତରର ଅଧିକାରୀଙ୍କୁ ମଧ୍ୟ ଏହି କ୍ବାର୍ଟର୍‌ ମିଳିବ । ରାଜଧାନୀର ଯାଁଳା ଅଞ୍ଚଳରେ ୫୬ଟି ଇ-ଟାଇପ୍‌, ରିଜର୍ଭ ପୁଲିସ ଲାଇନ୍‌ରେ ୨୮ଟି ଡି-ଟାଇପ୍‌ ଓ ୫୬ଟି ଏଫ୍‌ -ଟାଇଫ୍‌, ତମାଣ୍ଡୋ, ଏୟାରଫିଲ୍ଡ, ବଡ଼ଗଡ଼ ଅଞ୍ଚଳରେ ୨୮ଟି ଲେଖାଏଁ ଇ-ଟାଇପ୍‌, ବଡ଼ଗଡ଼, ଲକ୍ଷ୍ମୀସାଗର ଅଞ୍ଚଳରେ ୨୮ଟି ଲେଖାଏଁ ଏଫ୍‌-ଟାଇପ୍‌ । ଏହାଛଡ଼ା ଭୁବନେଶ୍ବର ୟୁପିଟିଟିଆଇ କ୍ୟାମ୍ପସ୍‌ରେ ମଧ୍ୟ ୨୪୪ଟି ଏଫ୍‌-ଟାଇପ୍‌ କ୍ବାର୍ଟର୍‌ ନିର୍ମାଣ ହେବ । ଆସନ୍ତା ୫ବର୍ଷ ମଧ୍ୟରେ ରାଜଧାନୀରେ ଆହୁରି ଅଧିକ ଘର ନିର୍ମାଣ ସହ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍‌ ନିର୍ମାଣ ହେବ ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି।

Get real time updates directly on you device, subscribe now.