fbpx

ବଢ଼ିଲା ଚିନ୍ତା; ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରରେ ଅନେକ ଦେଶର କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନିଜର କାୟା ବିସ୍ତାର କରୁଥିବା ବେଳେ ଆସିଛି ବଡ଼ ଖବର । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣ୍ଣାଟକରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ୨ ଜଣ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ହୋଇଥିବା ଜଣାପଡିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ଉଭୟଙ୍କୁ ଆଇସୋଲେଟ କରାଯାଇ ଚିକିତ୍ସା ଜାରି ରଖାଯାଇଛି । ଦୁଇ ଆକ୍ରାନ୍ତଙ୍କ ପାଖରେ ଏବେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ଦୁଇ ଜଣଯାକ ଓମିକ୍ରନ ଆକ୍ରାନ୍ତ ପୁରୁଷ ।’

ଏହା ସହିତ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କରାଇଛି କେନ୍ଦ୍ର । ଓମିକ୍ରନରୁ ବର୍ତ୍ତିବା ପାଇଁ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଗହଳି ସ୍ଥାନକୁ ଆଦୌ ନଯିବାକୁ ସତର୍କ କରିଛନ୍ତି ବିଶେଷଜ୍ଞ । ଏନେଇ ଆଇସିଏମଆର ମହାନିର୍ଦ୍ଦେଶକ ବଳାରାମ ଭାର୍ଗବ ସର୍ତକ କରାଇଛନ୍ତି ।

ତେବେ ଡେଲଟା ତୁଳନାରେ ଓମିକ୍ରନ ଅତ୍ୟଧିକ ସଂକ୍ରାମକ । ଡେଲଟା ଭୂତାଣୁ ତୁଳନାରେ ଓମିକ୍ରନ ୫ ଗୁଣା ଅଧିକ ସଂକ୍ରାମକ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଏହି ଭୂତାଣୁ ମିଳିଥିଲା । ଏପର୍ଯ୍ୟନ୍ତ ୨୯ ଦେଶରେ ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.