fbpx

୧୦ ବର୍ଷ ଝିଅର କମାଲ, ଗୋଟିଏ ମାସରେ ଆୟ କରିଛନ୍ତି ୧ କୋଟି !

ଏକ ୧୦ ବର୍ଷର ଝିଅ ନିଜର ଖେଳନା ବ୍ୟବସାୟ କରି ଏତିକି ଆୟ କରୁଛନ୍ତି ଯେ ସେ ଆରାମରେ ୧୫ ବର୍ଷ ବୟସରେ ଅବସର ନେଇପାରିବେ । ପିକ୍ସି ନାମକ ଏହି ଝିଅର ବ୍ୟବସାୟ ଆରମ୍ଭ କରିବାରେ ତାଙ୍କ ମା’ ରକ୍ସିଙ୍କର ମଧ୍ୟ ବେଶ୍ ସହଯୋଗ ରହିଛି । ବଡ଼ କଥା ହେଉଛି ଗତ ଏକ ମାସରେ ପିକ୍ସି ୧୦୫ ହଜାର ପାଉଣ୍ଡ ଅର୍ଥାତ୍ ୧ କୋଟି ୪ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଛନ୍ତି ।

ମିରର୍ ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଅଷ୍ଟ୍ରେଲିଆରେ ରହୁଥିବା ପିକ୍ସି ନିଜ ମା’ଙ୍କ ସହ ମିଶି ଖେଳାନା ତିଆରି କରନ୍ତି । ଫିଡଜିଟ୍ ସ୍ପିନର ରଙ୍ଗିନ ପପିଙ୍ଗ ଭଳି ଖେଳନା ତିଆରି କରିଥାନ୍ତି । ଆଉ ଏହି ଖେଳନାର ଚାହିଦା ବହୁତ ଅଧିକ ରହିଥାଏ ଯାହା ଫଳରେ ଅତି ସହଜରେ ଏହା ବିକ୍ରି ହୋଇଯାଏ । ଏହା ସହ ପିକ୍ସି ଏକ ହେୟାର ଆକ୍ସେସୋରିଜର ବ୍ରାଣ୍ଡ ମଧ୍ୟ ଯାହାକୁ ତାଙ୍କ ମା’ ତିଆରି କରିଛନ୍ତି । ଏଥିରେ ବହୁତ ଷ୍ଟାଇଲିସ ଏବଂ ସୁନ୍ଦର ହେଡବ୍ୟାଣ୍ଡ, କ୍ଳିପ୍ ଏବଂ ଅନ୍ୟ ସାମଗ୍ରୀ ସାମିଲ ଅଛି ।

ଏକ ସାକ୍ଷାତକାରରେ ପିକ୍ସିଙ୍କ ମା’ କହିଛନ୍ତି ତାଙ୍କ ଝିଅ ପିଲାବେଳୁ ବହୁତ ଉଦ୍ୟମୀ ନୂଆ ଏବଂ ଭିନ୍ନ ପ୍ରକାରର ଖେଳଣା ତିଆରି କରିପାରେ ତାଙ୍କର ଆଗ୍ରହ ରହିଛି । ତାଙ୍କର ଏତେ କମ ବୟସରୁ ଏଭଳି ଉତ୍ସାହ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ତାଙ୍କର ଏହି ପ୍ରତିଭାକୁ ସେ ଉତ୍ସାହିତ କରିଥିଲେ । ତାଙ୍କ ଝିଅ ତାଙ୍କ ବ୍ୟବସାୟକୁ ବଢ଼ାଇଛନ୍ତି ସେ କମ୍ ବୟସରେ ଜଣେ ସଫଳ ବ୍ୟବସାୟୀ ହୋଇଛନ୍ତି । ସେ ଆହୁରି କହିଛନ୍ତି ଆଜି ପିକ୍ସି କୋଟି କୋଟି ରୋଜଗାର କରୁଛନ୍ତି । ରକ୍ସି କହିଛନ୍ତି ସେ ପିକ୍ସିଙ୍କ ପାଇଁ ଆଗରୁ ସବୁ ଯୋଜନା କରିରଖିଛନ୍ତି ଯାହା ଫଳରେ ସେ ୧୫ ବର୍ଷରେ ଅବସର ନେଇପାରିବେ । ବର୍ତ୍ତମାନ ପିକ୍ସି ସିଡନୀର ଏକ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ୁଛନ୍ତି ।

Get real time updates directly on you device, subscribe now.