fbpx

ଅଭିନେତ୍ରୀ କରୀନା କପୁର ଓ ଅମୃତା ଅରୋରାଙ୍କୁ ହେଲା କରୋନା

ମୁମ୍ବାଇ: କରୋନା ମହାମାରୀ ପୁଣି ତୀବ୍ର ହେବାରେ ଲାଗିଲାଣି । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି । କରୀନାଙ୍କ ସହିତ ତାଙ୍କ ଘନିଷ୍ଠ ବାନ୍ଧବୀ ତଥା ଅଭିନେତ୍ରୀ ଅମୃତା ଅରୋରାଙ୍କ ରିପୋର୍ଟ ବି ପଜିଟିଭ୍ ଆସିଛି । ସୋମବାର ଦିନ ଦୁହିଁଙ୍କ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ କରୋନା ପଜିଟିଭ୍ ହୋଇଥିବା ସ୍ପଷ୍ଟ ହୋଇଛି ।

ସୂଚନା ମୁତାବକ, ନିକଟରେ କରୀନା ନିଜ ଝିଅ ସାଙ୍ଗମାନଙ୍କ ସହିତ ପାର୍ଟି କରିଥିଲେ । ଏହି ପାର୍ଟିରେ କରୀନାଙ୍କ ସହିତ ତାଙ୍କ ଭଉଣୀ କରିସ୍ମା କପୁର, ମଲାଇକା ଅରୋରା, ପୂନମ ନମାନିଆ, ମସାୱା ଗୁପ୍ତା ଓ ଅମୃତା ଅରୋରା ଉପସ୍ଥିତ ଥିଲେ । କରୀନା ଓ ଅମୃତା ନିଜ ସାଙ୍ଗମାନଙ୍କ ସହିତ କରୋନା ନିୟମ ଉଲ୍ଲଂଘନ କରି ପାର୍ଟି କରିଥିଲେ, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏବେ ଦୁହିଁଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ବଲିଉଡ ଜଗତରେ ହଇଚଇ ସୃଷ୍ଟି ହୋଇଛି । ବିଏମସି ମଧ୍ୟ କରୀନା ଓ ଅମୃତାଙ୍କ ସହ ସମ୍ପକରେ ଆସିଥିବା ଲୋକଙ୍କର ଆରଟିପିସିଆର ଟେଷ୍ଟ କରିବାକୁ କହିଛି । ଅଭିନେତ୍ରୀଙ୍କ ସମ୍ପର୍କରେ ଆସିଥିବା ବା ପାର୍ଟିରେ ଆସିଥିବା ଲୋକଙ୍କୁ ଟ୍ରାକ୍ କରୁଛି ବିଏମସି । ବର୍ତ୍ତମାନ ସୁଦ୍ଧା ଅଭିନେତ୍ରୀ କରୀନା ଓ ଅମୃତା ଏନେଇ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି ।

Get real time updates directly on you device, subscribe now.