fbpx

ଏସସିବିକୁ ବିଶ୍ୱସ୍ତରୀୟ କରାଯିବ: ମୁଖ୍ୟମନ୍ତ୍ରୀ

କଟକ, ୫ା୩(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ସାଢ଼େ ୪କୋଟି ଓଡ଼ିଆଙ୍କ ପାଖରେ ମୁଁ ଋଣୀ । ଏହାସହ ବିଜୁ ବାବୁଙ୍କ ଜନ୍ମ ଏହି କଟକରେ ହୋଇଥିଲା । ତେଣୁ କଟକ ସହ ଆମ ପରିବାରର ସମ୍ପର୍କ ସ୍ୱତନ୍ତ୍ର ରହିଛି ।

ଏହାସହ ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଆମ ଲକ୍ଷ୍ୟ ରହିଛି । ଏସସିବି ଭିତ୍ତିଭୂମିର ବିକାଶ ଜରୁରୀ ରହିଛି ବୋଲି ସେ କହିଛନ୍ତି । ବିଜୁଙ୍କ ଜନ୍ମ ଦିନରେ ଭିତ୍ତିପ୍ରସ୍ତର କରି ବହୁତ ଖୁସି ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.