fbpx

ଏମିତି କେତେଦିନ ତପସ୍ୱିନୀଙ୍କଠାରୁ ନିଜକୁ ଲୁଚାଇ ରଖିବେ ସୁମିତ, ୧୭ ତାରିଖରେ ପୁଣି ଖେଳିବେ କି ନୂଆ ଚାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ତାରିଖଠାରୁ ଡାକ୍ତର ସୁମିତ ସାହୁ ଫେରାର ହେବା ପରଠାରୁ ଏହି ଘଟଣାଟି ଏକପ୍ରକାର ବଢ଼ିବାରେ ଲାଗିଛି । ଫେରାର ହେବା ପରେ ସୁମିତ ବାଲିସିରାରେ ରହି ଘରଭଡ଼ା ଖୋଜୁଥିବା ତାଙ୍କ ଓକିଲ ସଫେଇ ଦେଇଥିଲେ ହେଁ ସୁମିତ ଏକପ୍ରକାର ଗୋପନରେ ରହିଛନ୍ତି । ଏନେଇ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ନେଇ ତପସ୍ୱିନୀ ଦାଶ ଏସଡିଜେଏମ୍ କୋର୍ଟରେ ଅଭିଯୋଗ ଦାୟର କରିଛନ୍ତି ।
ପ୍ରଥମେ ସୁମିତ ପକ୍ଷ ରଖିବା ପାଇଁ ୭ ଦିନ ସମୟ ମାଗିଲେ । ତା’ପରେ ୪ ଦିନ ପାଇଁ ଛୁଟିରେ ଗଲେ । ଏହାପରେ ଯେଉଁ ଡେଟରେ ଜଏନ କରିବା କଥା ଅର୍ଥାତ ୧୪ ତାରିଖ ଦିନ ପୁଣି ଏକ ମେଲ୍ ପଠାଇଥିଲେ । ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ କେଉଁଠୁ ମେଲ୍ କରୁଛନ୍ତି ତାହା ମଧ୍ୟ ପ୍ରଶ୍ନ ଘେରରେ । ଦାମ୍ପତ୍ୟ ଜୀବନରେ କଳହ ଏକ ସାଧାରଣ କଥା । ମାତ୍ର ସୁମିତ ଯେଉଁ ଢଙ୍ଗରେ ଏହାକୁ ପରିଚାଳନା କରୁଛନ୍ତି, ତାହା ଏକ ପ୍ରକାର ପିଲାଳିଆମି । ପୂର୍ବରୁ ସୁମିତ ମିଡ଼ିଆ ଆଗରେ ଯେପରି ବୟାନ ରଖୁଥିଲେ, ଅନୁରୂପ ଭାବେ ସତ୍ୟର ସାମ୍ନା କରିବା ଦରକାର । ନଚେତ୍ ଗୋଟିଏ ପଟେ ତପସ୍ୱିନୀ ପ୍ରତିକ୍ରିୟାଶୀଳ ହୋଇଚାଲିଥିବା ବେଳେ ସୁମିତ ଚୋର ହୋଇ ଚାଲିଥିବେ ।

Get real time updates directly on you device, subscribe now.