fbpx

ଚେନ୍ନାଇର ଜବରଦସ୍ତ ବୋଲିଂ ପରେ ବି ଧୋନୀବାହିନୀକୁ ମିଳିଲା ୧୭୪ ରନର ଟାର୍ଗେଟ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୪୯ତମ ମ୍ୟାଚରେ ପୁଣେ ଏମସିଏ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ଏବଂ ବାଙ୍ଗାଲୋର । ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଆରସିବିକୁ ନିମନ୍ତ୍ରଣ କରିଥିଲେ ଚେନ୍ନାଇର ଅଧିନାୟକ ଏମ. ଏସ ଧୋନୀ । ଦଳର ଜବରଦସ୍ତ ବ୍ୟାଟିଂ ଫଳରେ ଚେନ୍ନାଇ ଆଗରେ ୧୭୪ ରନର ଏକ ବଡ ବିଜୟ ଲକ୍ଷ୍ୟ ଦେଇଛି ବାଙ୍ଗାଲୋର । ଦଳ ତରଫରୁ ୨୭ ବଲରୁ ଦମଦାର ୪୨ ରନର ଇନିଂସ ଖେଳିଛନ୍ତି ମହିପାଲ ଲାମରୋର ।

ବାଙ୍ଗାଲୋର ପକ୍ଷରୁ ପାଳି ଆରମ୍ଭ କରିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଏବଂ ବିରାଟ କୋହଲି । ଦଳକୁ ଏକ ଦମଦାର ଆରମ୍ଭ ଦେବା ଭିତରେ ୨୨ ବଲରୁ ୩୮ ରନ କରି ମୋଇନ ଅଲୀଙ୍କ ଶିକାର ହୋଇଥିଲେ ଅଧିନାୟକ ଡୁପ୍ଲେସିସ । ଏହାପରେ ମାତ୍ର ୩ ରନରେ ରନ ଆଉଟ ହୋଇ ପାଭିଲିୟନ ଫେରିଥିଲେ ମ୍ୟାକ୍ସୱେଲ । ବିରାଟଙ୍କ ନିକଟରୁ ଦଳ ବଡ ପାଳି ଆଶା କରୁଥିବା ବେଳେ ୩୦ ରନ କରି ସେ ମଧ୍ୟ ମୋଇନ ଅଲୀଙ୍କ ଫିରକିର ଶିକାର ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ଲାମରୋର ଏବଂ ପଟିଦାର । ୪୪ ରନର ଭାଗିଦାରୀ ହୋଇଥିବା ବେଳେ ନିଜ କୋଟାର ପ୍ରଥମ ବଲରେ ରଜତ ପଟିଦାରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ପ୍ରିଟୋରିୟସ । ତେବେ ଲାମରୋର ୨୭ ବଲରୁ ଦ୍ରୁତ ୪୨ ରନ କରି ୧୯ତମ ଓଭରରେ ମହୀଷ ଥୀକ୍ଷଣାଙ୍କ ବଲରେ ଆଉଟ ହୋଇଯାଇଥିଲେ । ଏହାପରେ ଦିନେଶ କାର୍ତ୍ତି ମଧ୍ୟ ମହତ୍ତ୍ୱପୂର୍ଣ୍ଣ ୨୬ ରନର ପାଳି ଖେଳିଥିଲେ ଦଳ ପାଇଁ । ଫଳରେ ଚେନ୍ନାଇ ପାଇଁ ୧୨୦ ବଲରେ ୧୭୪ ରନର ଏବ ବଡ ଲକ୍ଷ୍ୟ ଦେଇଛି ଆରସିବି ।

ଚେନ୍ନାଇ ପକ୍ଷରୁ ବୋଲିଂ କରି ସବୁଠୁ ସଫଳ ବୋଲର ରହିଛନ୍ତି ମହୀଷ ଥୀକ୍ଷଣା । ୪ ଓଭରରେ ୨୭ ରନ ବ୍ୟୟ କରି ୩ଟି ୱିକେଟ ଅକ୍ତିଆର କରିଛନ୍ତି ସେ । ଏହାପରେ ମୋଇନ ଅଲୀ ୨୮ ରନ ଖର୍ଚ୍ଚ କରି ୨ଟି ମୂଲ୍ୟବାନ ୱିକେଟ ନିଜ ନାମରେ କରିଛନ୍ତି । ତେବେ ମ୍ୟାଚରେ ୨ଟି ରନ ଆଉଟ ହୋଇଥିବା ବେଳେ ଡ୍ୱେନ ପ୍ରିଟୋରିୟସଙ୍କ ନାମରେ ଗୋଟିଏ ସଫଳତା ରହିଛି ।

Get real time updates directly on you device, subscribe now.