ପୁରୀ: ସେବାୟତ ପ୍ରିମିୟମ ଲିଗ୍ ବେଳେ ଫୁଟିଲା ବୋମା। ପୁରୀ ଜଗନ୍ନାଥ ଷ୍ଟାଡିୟମ ପାଚେରୀକୁ ବୋମା ମାଡ଼ ହୋଇଛି। ଷ୍ଟାଡ଼ିୟମ ପାଚେରୀକୁ ବୋମା ମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଏହି ଘଟଣା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏହାପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି। ବୋମା ମାଡ଼ ଶବ୍ଦ ଶୁଣି ସମସ୍ତେ ଭୟଭୀତ ହୋଇପଡିଛନ୍ତି।
କେଉଁ କାରଣରୁ ବୋମା ମାଡ଼ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଜବତ ହୋଇଛି। ଏ ନେଇ ସମୁଦ୍ରକୂଳ ଥାନା ଓ ଟାଉନ ଥାନା ପୋଲିସର ତଦନ୍ତ ଜାରି ରହିଛି।