fbpx

ଚଳନ୍ତା କାରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା(ଓଡ଼ିଶା ଭାସ୍କର): ବାରିପଦାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଜାତୀୟ ରାଜପଥରେ ଚଳନ୍ତା କାରରେ ଲାଗିଗଲା ନିଆଁ । ବେତନଟୀ ଫ୍ଲାଏ ଓଭର ଉପରେ ଯାଉଥିବା କାରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି କାରରେ ଥିବା ୨ ମହିଳା ସମେତ ୪ ଯାତ୍ରୀ । ସର୍ଟ ସର୍କିଟରୁ ହଠାତ୍ କାରରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.